ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଏଏସଆଇ ସହିଦ୍

(ଦ କୁଇଭର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲ୍ଲାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ । ମାଓବାଦୀମାନେ ଏହି ଲ୍ୟାଣ୍ଡମାଇନ୍ ବିସ୍ଫୋରଣ କରିଥିବା ସୂଚନା ମିଳିଛି । ଏହି ଲ୍ୟାଣ୍ଡମାନ୍ ବିସ୍ଫୋରଣରେ ଆଇଟିବିପି ୫୩ ନମ୍ବର ବାଟାଲିୟନର ଏଏସଆଇ ରାଜନ୍ଦ୍ରେ ସିଂ ସହିଦ୍ । ଏହାସହ ଗୁରୁତର ହେଡ କନଷ୍ଟେବଳ ମେଡିକାଲ ସ୍ଥାନନ୍ତର । ମିଳିଥିବା ସୂଚନା ଅନୁଯାୟୀ, ଆଜି ସୋନପୁରରେ ହେଉଥିବା ରାସ୍ତା କମକୁ ସୁରକ୍ଷା ଦେବାକୁ ଯିବା ବେଳେ ହୋଇଛି ବିସ୍ଫୋରଣ ।

ରାସ୍ତାକାମକୁ ପହରା ଦେବାକୁ ଯାଉଥିବା ସମୟରେ ରାସ୍ତାରେ ମାଓବାଦୀମାନେ ଲ୍ୟାଣ୍ଡମାଇନ୍ ବିଛାଇଥିଲେ । ଆଉ ସେଠାରେ ଘଟିଥିଲା ଲ୍ୟାଣ୍ଡମାଇନ୍ ବିସ୍ଫୋରଣ । ଆଉ ବିସ୍ଫୋରଣରେ ଚାଲିଯାଇଥିଲା ଏଏସଆଇ ସହିଦ ହୋଇଥିଲେ । ବିସ୍ଫୋରଣ ପରେ ପୋଲିସ କମ୍ବିଂ ଅପରେସନ ଆରମ୍ଭ ଜାରି ରଖିଛନ୍ତି।

Leave a Reply

Your email address will not be published. Required fields are marked *