ୟୁକ୍ରେନ୍ ଫେରନ୍ତା ଛାତ୍ରଛାତ୍ରୀ ହେବେ ଡାକ୍ତର

(ଦ କୁଇଭର): ୟୁକ୍ରେନ୍ ଫେରନ୍ତା ଛାତ୍ରଛାତ୍ରୀ ହେବେ ଡାକ୍ତର । ୟୁକ୍ରେନରୁ ଫେରିଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ପାଇଁ ଭାରତ ସରକାର ସେମାନଙ୍କ ଅଧ୍ୟୟନକୁ ନେଇ ସମସ୍ତ ପ୍ରକାର ଚେଷ୍ଟା କରୁଛନ୍ତି । ଯୁଦ୍ଧ ହେତୁ ସେମାନଙ୍କୁ ପାଠପଢା ଛାଡି ଭାରତ ଆସିବାକୁ ପଡିଲା । ବର୍ତ୍ତମାନ ତାଙ୍କର ପରବର୍ତ୍ତୀ ଅଧ୍ୟୟନ ଉପରେ ସରକାର ବଡ ନିଷ୍ପତି ନେଇପାରନ୍ତି ବୋଲି ସୂଚନା ମିଳିଛି । ଏହି ସମୟରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନମନ୍ତ୍ରୀ ଲୋକସଭାରେ ଏକ ଆଶ୍ୱାସନା ଦେଇଛନ୍ତି ଯେ ଏହି ଛାତ୍ରମାନଙ୍କ ଅଧ୍ୟୟନ ସମାପ୍ତ କରିବାକୁ ଭାରତ ସରକାର ସମସ୍ତ ପ୍ରକାର ଚେଷ୍ଟା କରୁଛନ୍ତି ଏବଂ ସେମାନେ ଡାକ୍ତର ହୋଇପାରିବେ।

ବଜେଟ୍ ଅଧିବେଶନ ସମୟରେ ଧର୍ମେନ୍ଦ୍ର ପ୍ରଧାନ ନିଶ୍ଚିତ କରିଛନ୍ତି ଯେ ୟୁକ୍ରେନରୁ ଫେରିଥିବା ଛାତ୍ରଛାତ୍ରୀଙ୍କ ସମ୍ପର୍କରେ ସରକାର ସମସ୍ତ ବ୍ୟବସ୍ଥା ଉପରେ ବିଚାର କରୁଛନ୍ତି । ଏପଟେ କଂଗ୍ରେସ ସାଂସଦ ଗୈରବ ଗୋଗୋଇ କହିଛନ୍ତି ଯେ ୟୁକ୍ରେନ୍ ସୀମାବର୍ତ୍ତୀ ଦେଶର ବିଶ୍ୱବିଦ୍ୟାଳୟଗୁଡ଼ିକ ସହିତ କୈଣସି ଆଲୋଚନା ଚାଲିଛି କି ନାହିଁ ସେ ପ୍ରଶ୍ନ କରିଛନ୍ତି । ତେବେ ସେମାନେ ଭାରତରେ ଡାକ୍ତର ହୋଇପାରିବେ ବୋଲି

ଏପଟେ ୨୦ଦିନରେ ପହଁଚିଲାଣି ଋଷ-ୟୁକ୍ରେନ୍ ଯୁଦ୍ଧ । ଗୋଟିଏ ପରେ ଗୋଟିଏ ସହର ଦଖଲ କରିଚାଲିଛି ଋଷ । ଏହି ଯୁଦ୍ଧରେ ପ୍ରାୟ ୧୭୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏପଟେ ଯୁଦ୍ଧ ଆରମ୍ଭ ହେବାପରଠାରୁ ହିଁ ଭାରତ ସରକାର ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ଥଇଥାନ କରିବା କାର୍ଯ୍ୟ ଆରମ୍ଭ କରିଦେଇଥିଲେ । ଅପରେସନ୍ ଗଙ୍ଗା ଅଧୀନରେ ବିମାନ ଦ୍ୱାରା ସମସ୍ତ ଛାତ୍ରଛାତ୍ରୀଙ୍କୁ ଭାରତ ଆଣାଯାଇଥିଲା । ଏହି ଅଭିଯାନରେ ୧୮ ହଜାରରୁ ଅଧିକ ଭାରତୀୟଙ୍କୁ ଏପର୍ୟ୍ୟନ୍ତ ଘରକୁ ଫେରାଇ ନିଆଯାଇଛି। ତେବେ ସେମାନଙ୍କ ଭବିଷ୍ୟତ ପାଇଁ ସରକାର କ’ଣ ପଦକ୍ଷପ ନେବେ ତାହା ଉପରେ ରହିଛ ସମସ୍ତଙ୍କ ନଜର ।

Leave a Reply

Your email address will not be published. Required fields are marked *