ପୁରୀ ଶ୍ରୀ ମନ୍ଦିର ସେବାୟତଙ୍କୁ ମର୍ଡର

(ଦ କୁଇଭର): ଶ୍ରୀ ମନ୍ଦିର ପରିଚାଳନା କମିଟିର ପୂର୍ବତନ ସାବାୟତଙ୍କୁ ବିଭତ୍ସ ହତ୍ୟା । ଆଜି ପୁରୀ ବାରବାଟୀ ନିକଟରେ ଗୁଳିକରି ହତ୍ୟା କରିଛନ୍ତି ଦୁର୍ବୁତ୍ତ । ୨ଜଣ ଦୁର୍ବୃତ୍ତ ୨ରାଉଣ୍ଡ ଗୁଳିମାଡ଼ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ ତଥା ସୁଆର ମହାସୁଆର ନିଯୋଗର ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀ । କୃଷ୍ଣଚନ୍ଦ୍ର ପୁରୀ ନିକଟ ବାରବାଟୀ ଯାଇଥିବା ବେଳେ ସେଠାରେ ଉନ୍ନୟନମୂଳକ କାମର ତଦାରଖ କରୁଥିଲେ। ଏହି ସମୟରେ କିଛି ଦୁର୍ବୃତ୍ତ ଆସି ଗୁଳିମାଡ କରିଥିଲେ । ମୁଣ୍ଡରେ ଗୁଳି ବାଜିବା ହେତୁ ସେଠି ଟଳିପଡିଥିଲେ କୃଷ୍ଣଚନ୍ଦ୍ର ।

ଏପଟେ ଗୁରୁତର ଅବସ୍ଥାରେ କୃଷ୍ଣଚନ୍ଦ୍ରଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । କୃଷ୍ଣଚନ୍ଦ୍ରଙ୍କୁ ମୃତ ଘୋଷଣା କରିଛନ୍ତି ପୁରୀ ମେଡିକାଲ ଡାକ୍ତର । ପୂର୍ବ ଶତ୍ରୁତାରୁ ଫାୟାରିଂ କରି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଅଭିଯୁକ୍ତଙ୍କୁ ଧରିବାକୁ ତ୍ୱରିତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା କହିଛନ୍ତି ପୁରୀ ଜିଲ୍ଲାପାଳ। ଏଥିସହ ଏହି ଘଟଣାର ତଦନ୍ତ ପାଇଁ ୪ଟି ଟିମ୍ ଗଠନ କରାଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଥିବା କହିଛନ୍ତି ପୁରୀ ଏସ୍ପି। ଖୁବ୍ଘ୍ର ଅଭିଯୁକ୍ତଙ୍କୁ ଧରିବାକୁ ଚେଷ୍ଟା କରାଯାଉଥିବା ନେଇ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *