ଅସହ୍ୟ ତାତି: ଜଳୁଛି ୭ ସହର

(ଦ କୁଇଭର): ସାରା ରାଜ୍ୟକୁ କଲବଲ କଲାଣି ଖରା । ବାହାରକୁ ବାହାରିବା ବି ହେଲାଣି କଷ୍ଟକର । ଅସମ୍ଭାଳ ତାତିରେ ସାରା ରାଜ୍ୟ ଏବେ ଜଳୁଛି । ପାଣି ଫୁଟିଲା ଭଳି ତାତି ବଢିବଢି ଚାଲିଛି । ପ୍ରତିଦିନ ବଢୁଛି ତାପମାତ୍ରା । ଗତକାଲି ରାଜ୍ୟରେ ଚଳିତ ବର୍ଷ ପ୍ରଥମଥର ପାଇଁ ୪୦ଡିଗ୍ରୀ ଛୁଇଁଛି । ଯାହାକୁ ନେଇ ପାଣିପାଗ ବିଭାଗ ପକ୍ଷରୁ ହିଟ୍ ୱେଭ୍ ମଧ୍ୟ ଜାରି କରାଯାଇଛି ।

ସୂଚନାନୁସାରେ ଆଜି ୭ଟି ଜିଲ୍ଲାରେ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଏହି ଜିଲ୍ଲାଗୁଡ଼ିକ ହେଲା ଅନୁଗୁଳ, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ, ବଲାଙ୍ଗୀର ଏବଂ ନୟାଗଡ଼। ଏଥିସହ ଆସନ୍ତାକାଲି ୫ଟି ଜିଲ୍ଲା ପାଇଁ ବି ୟେଲୋ ଓ୍ବାର୍ଣ୍ଣି ଜାରି ହୋଇଛି। ଅନୁଗୁଳ, ସୋନପୁର, ବୌଦ୍ଧ ଓ ସମ୍ବଲପୁରରେ ଗ୍ରୀଷ୍ମପ୍ରବାହ ଜାରି ରହିବ ବୋଲି ଜଣାପଡିଛି ।

ତେବେ ଆଜି ମଧ୍ୟ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ତାପମାତ୍ରା ସମାନ ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି । ଭୁବନେଶ୍ୱର ଓ କଟକରେ ଆଜି ମଧ୍ୟ ତାପମାତ୍ରା ୩୭-୩୮ ଡିଗ୍ରୀ ରହିବ । ଅନ୍ୟପଟେ ଏବେ ରାଜ୍ୟର ସବୁଠୁ ଉତପ୍ତ ସହର ଟିଟିଲାଗଡ ରହିଛି ଏଠାରେ ସର୍ବାଧିକ ତାପମାତ୍ରା ୪୦ଡିଗ୍ରୀ ଉପରେ ରହିଛି । ଗତକାଲି ଟିଟିଲାଗଡରେ ୪୦.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ତେଣୁ ଗ୍ରୀଷ୍ମପ୍ରବାହ ପାଇଁ ସତର୍କ ସୂଚନା ଜାରି ହୋଇଛି।

Leave a Reply

Your email address will not be published. Required fields are marked *