ମାନସ-ମର୍ଡର-ମିଷ୍ଟ୍ରି: ନିରଞ୍ଜନ ମାଷ୍ଟରମାଇଣ୍ଡ ନା ଆଉ କିଏ?

(ଦ କୁଇଭର): ମାନସ-ଚିପ୍-ମର୍ଡର । ମାନସ ମର୍ଡର କେସ୍ରେ ମିଷ୍ଟ୍ରି ହିଁ ମିଷ୍ଟ୍ରି । ଯେତେ ଖୋଜିଲେ ଅଡ଼ୁଆ ସୂତା ଭଳି ଗୁଡ଼େଇ ହେଉଛି । କେସର ପର୍ଦ୍ଦାଫାସ କରିଥିବା ପୋଲିସ କହୁଛି । ହେଲେ ସ୍ଥିତି କହୁଛି ଆଉ କିଛି ମିଷ୍ଟ୍ରି । ଆଜି ଏହି କେସରେ ପୋଲିସ ଆଇ ଆଣ୍ଡ ପିଆର ବିଭାଗର ପୂର୍ବତନ ନିର୍ଦ୍ଦେଶକ ନିରଞ୍ଜନ ସେଠୀଙ୍କୁ ଗିରଫ କରିଛି । ମର୍ଡର ପଛର କାରଣ ହେଉଛି ଚିପ୍ । କ’ଣ ରହିଛି ଏହି ଚିପ୍ରେ, ଏହା ଭିନ୍ନ ପ୍ରଶ୍ନ । ଆଉ ଏକ ବଡ଼ ପ୍ରସଙ୍ଗ ହେଉଛି, ଆଇ ଆଣ୍ଡ ପିଆରର ସମ୍ପୃକ୍ତି । ନିରଞ୍ଜନ ଅବସର ନେବା ଦିନ ୱେବ୍ ଚ୍ୟାନେଲ ମାଲିକାଣିଙ୍କ ପତ୍ରିକାକୁ ‘ସମ୍ପୂର୍ଣ୍ଣା’କୁ ବିଭାଗର ତାଲିକାଭୂକ୍ତ କରିଥିଲେ । ଏପରିକି ସରକାରୀ କ୍ୱାଟର ପାଇଁ ବି ଦେଇଥିଲେ ସ୍ୱୀକୃତି । ତେବେ ଏଠାରେ ପ୍ରଶ୍ନ ଉଠୁଛି, ନିରଞ୍ଜନ ଓ ଶର୍ମିଷ୍ଠାଙ୍କ ମଧ୍ୟରେ ସମ୍ପର୍କ କ’ଣ ଥିଲା? କାହିଁକି ଶର୍ମିଷ୍ଠାଙ୍କ ପ୍ରତି ଏତେ ଅନୁକମ୍ପା ଦେଖାଉଥିଲେ କାହିଁକି? ଶର୍ମିଷ୍ଠାଙ୍କ ପ୍ରତି ନିରଞ୍ଜନଙ୍କ ଦୁର୍ବଳତାର କିଛି ଗୁପ୍ତ ତଥ୍ୟ ଏହି ଚିପରେ ନଥିଲା ତ? ଯାହାକୁ ନେଇ ନିରଞ୍ଜନ ବିଚଳିତ ହୋଇଯାଇଥିଲେ । ଏବଂ ଶେଷରେ ପ୍ରମାଣକୁ ଶେଷ କରିବାକୁ ଯାଇ ମାନସଙ୍କୁ ବାଡ଼େଇ ବାଡ଼େଇ ମାରିଦେବା ପାଇଁ ପଛାଇ ନଥିଲେ ନିରଞ୍ଜନ ।

ଅନ୍ୟପଟେ ଆଇ ଆଣ୍ଡ ପିଆରର ଏହି ଚିଠି ହିଁ ବୟାନ କରୁଛି ଯେ, ନିରଞ୍ଜନ ଅବସର ନେବାର ଶେଷ ଦିନରେ ହିଁ ‘ସମ୍ପୂର୍ଣ୍ଣା’ ପତ୍ରିକାକୁ ସ୍ୱୀକୃତି ଦେଇଥିଲେ । ଫେବୃଆରୀ ୨୮ରେ ହିଁ ‘ସମ୍ପୁର୍ଣ୍ଣା’କୁ ଏମ-ପ୍ୟାନେଲ କରିଥିଲେ ନିରଞ୍ଜନ । ତେଣୁ ସରକାରୀ ବିଜ୍ଞାପନ ପାଇବା ପାଇଁ ଏସବୁ କରିଥିବା ଜଣାପଡ଼ିଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି ନିରଞ୍ଜନ କ’ଣ ଏକମାତ୍ର ଲୋକ ଯିଏ ସମ୍ପୂର୍ଣ୍ଣାକୁ ସ୍ୱୀକୃତି ଦେଇଛନ୍ତି? ଏଥିରେ ଆଉ କିଛି ବଡ଼ ବଡ଼ ଅଫିସରଙ୍କ ହାତ ନାହିଁ ତ? ଯଦି ଥିଲା ତେବେ ଏହି ଚିଫ୍ ଭିତରେ ସେହି ବଡ଼ ବଡ଼ ଅଫିସରଙ୍କ କିଛି ଗୁପ୍ତ ତଥ୍ୟ ରହିଛି କି? ବଡ଼ ବଡ଼ ଅଧିକାରୀଙ୍କୁ ବଞ୍ଚାଇବା ପାଇଁ ଅବସରପ୍ରାପ୍ତ ଅଫିସର ନିରଞ୍ଜନଙ୍କୁ ବଳି ପକାଇ ଦେଉନାହାନ୍ତି ତ? ପ୍ରକୃତରେ ମାନସଙ୍କ ପାଖରେ ଥିବା ଚିପ୍ରେ ଥିଲା କ’ଣ? ଏହି ଚିପ୍ ଭିତରେ ମାଲିକାଣୀଙ୍କ ଗୁପ୍ତ ତଥ୍ୟ ନଥିଲା ତ? ଯାହା ଏହି ହତ୍ୟାକାଣ୍ଡର ମୁଖ୍ୟ କାରଣ ।

ଭଦ୍ରକ ଅତିରିକ୍ତ ଏସପି ଯତୀନ ପଣ୍ଡାଙ୍କ କହିବାନୁଯାୟୀ, ମାନସ ହତ୍ୟା ପଛରେ ନିରଞ୍ଜନ ସେଠୀଙ୍କ ସମ୍ପୂର୍ଣ୍ଣ ଭୂମିକା ରହିଛି । ମାନସଙ୍କୁ ଅପହରଣ କରିବାକୁ ନିରଞ୍ଜନ ଆସି ନଥିଲେ । କିନ୍ତୁ ମାନସଙ୍କୁ ଦୟାଲ ଆଶ୍ରମକୁ ନିଆଗଲା ପରେ ସେଠାରେ ନିିରଞ୍ଜନ ଥିଲେ । ନିରଞ୍ଜନ ମାଡ଼ ମାରିଥିବା ପୋଲିିସକୁ ଖବର ମିଳିଛି । ମାନସଙ୍କୁ ହାତରେ ଏବଂ ଘାତକୁ ଅସ୍ତ୍ରରେ ମାଡ଼ ମରାଯାଇଛି । ଗୋଟିଏ ଚିପ୍ ପାଇଁ ଏହି ସବୁ ଘଟଣା ଘଟିଥିବା ପୋଲିସ କହିଛି । ତେବେ ଏହି ଚିପ୍ ଭିତରେ କ’ଣ ଥିଲା? ସେ ଚିପ୍ ଗଲା ଗୁଆଡ଼େ? ଏବେ ପୋଲିସ ଉକ୍ତ ଚିପ୍ ଓ ଶର୍ମିଷ୍ଠାଙ୍କୁ ଖୋଜୁଥିବା ଜଣାପଡ଼ିଛି । ତେବେ ଏହି ଘଟଣାରେ ଆଉ କେଉଁ କେଉଁ ଲିଙ୍କ୍ ସାମ୍ନାକୁ ଆସୁଛି ତାହା ଦେଖିବାକୁ ବାକି ରହିଲା ।

Leave a Reply

Your email address will not be published. Required fields are marked *