ଋଷ-ୟୁକ୍ରେନ୍ ଯୁଦ୍ଧ: ଆତ୍ମସମର୍ପଣ କରିବାକୁ ମନା କଲା ୟୁକ୍ରେନ୍

(ଦ କୁଇଭର): ଋଷ-ୟୁକ୍ରେନ୍ ଯୁଦ୍ଧ ମଧ୍ୟରେ ମାରିୟୁପୋଲରେ ଚାଲିଥିବା ଯୁଦ୍ଧ ଏବେ ତୀବ୍ର ହେବାରେ ଲାଗିଛି । ଦୁଇ ଦେଶ ମଧ୍ୟରେ ୨୧ ଦିନ ଧରି ଜାରି ରହିଥିବା ଯୁଦ୍ଧ ଥମିବାର ନାଁ ନେଉନାହିଁ । ତା’ ଭିତରେ ଅନବରତ ଗୁଳିଗୋଳା ବର୍ଷଣ ଚାଲିଛି । ଏବେ ମାରିୟୁପୋଲକୁ ଜବରଦଖଲ ପାଇଁ ଜୋରଦାର ପ୍ରୟାସ ଚଳାଇଛି ଋଷ । ୟୁକ୍ରେନ୍ ସେନାଙ୍କୁ ହଟିବା ପାଇଁ ଧମକ ଉପରେ ଧମକ ଦେଇଚାଲିଛନ୍ତି ପୁଟିନ ତଥାପି ଆତ୍ମସମର୍ପଣ କରିବାକୁ ସିଧା ମନା କରିଦେଇଛନ୍ତି ୟୁକ୍ରେନ୍ ସେନା ।

ମାରିଆପୋଲରୁ ହଟିବା ପାଇଁ ଋଷ ୟୁକ୍ରେନକୁ ଏକ ଅଲ୍ଟିମେଟମ୍ ଦେଇଛି କିନ୍ତୁ ୟୁକ୍ରେନ୍ ସନ୍ୟମାନେ ଆତ୍ମସମର୍ପଣ କରିବାକୁ ମନା କରି ଦେଇଛନ୍ତି ବୋଲି ସୂତ୍ରରୁ ଜଣାପଡିଛି । ଦକ୍ଷିଣ ଓ ପୂର୍ବ ୟୁକ୍ରେନକୁ ଯୋଡ଼ୁଥିବା ଏହି ସହରକୁ ହାସଲ କରିବା ରୁଷ ପାଇଁ ସମ୍ମାନର ପ୍ରଶ୍ନ ହୋଇଥିବା ବେଳେ ଆତ୍ମସମର୍ପଣର ପ୍ରଶ୍ନ ଉଠୁନି ବୋଲି କହିଛନ୍ତି ୟୁକ୍ରେନର ଉପ ପ୍ରଧାନମନ୍ତ୍ରୀ।

ଏବେ ବି ସହରରେ ପ୍ରାୟ ୪ ଲକ୍ଷ ଲୋକ ଫସି ରହିଛନ୍ତି, ୮୦% ଅଟ୍ଟାଳିକା ନଷ୍ଟ ହୋଇଯାଇଥିବାବେଳେ ଗୋଟିଏ ପରେ ଗୋଟିଏ ସାମରିକ ବେସକୁ ବୋମା ମାଡ କରିଚାଲିଛି ଋଷ । ପ୍ରାୟତଃ ୪ ଲକ୍ଷ ଲୋକ ଭୟଭୀତ ଅବସ୍ଥାରେ ସେଠାରେ ଫସି ରହିଛନ୍ତି । ସେମାନଙ୍କୁ ଖାଦ୍ୟ ଜଳ ଏବଂ ବିଦ୍ୟୁତର ଅଭାବ ମଧ୍ୟ ଦେଖାଗଲାଣି ତେଣୁ ମାରିୟୁପୁଲରେ ଭୟଙ୍କର ମାନବୀୟ ସଙ୍କଟ ସୃଷ୍ଟି ହେଉଥିବା ସମଗ୍ର ବିଶ୍ୱକୁ ଚେତାଇ ଦେଇଛି ଋଷ । ୟୁକ୍ରେନ୍ ମୁଣ୍ଡ ନୁଆଁଉ ନଥିବାରୁ ଅଧିକ ଆକ୍ରମଣାତ୍ମକ ହୋଇଛନ୍ତି ପୁତିନ୍। ବିଧ୍ୱଂସକାରୀ ହାଇପରସୋନିକ୍ କ୍ଷେପଣାସ୍ତ୍ର ବ୍ୟବହାର କରିବାକୁ ବି ପଛାଉନାହିଁ ଋଷ ସେନା ।

Leave a Reply

Your email address will not be published. Required fields are marked *