କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲା: ତଦନ୍ତ କରିବ କ୍ରାଇମବ୍ରାଞ୍ଚ

(ଦ କୁଇଭର): ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲା । ଏହି ହତ୍ୟା ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ଏନେଇ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା । ଏହି ହତ୍ୟା ମାମଲାର ତଦନ୍ତ ଭାର ନେଇଛି କ୍ରାଇମବ୍ରାଞ୍ଚ । ଡିଜିପିଙ୍କ ନିର୍ଦ୍ଦେଶ ପରେ ଏହି ତଦନ୍ତ ଭାର ନେଇଛନ୍ତି କ୍ରାଇମବ୍ରାଞ୍ଚ ।

ଅନ୍ୟପଟେ ଏହି ଘଟଣାରେ ୱେବ୍ ପୋର୍ଟାଲ ମାଲିକାଣୀ ଶର୍ମିଷ୍ଠା ରାଉତଙ୍କ କାର୍ ଭୁବନେଶ୍ୱରର ଏକ ଆପାର୍ଟମେଣ୍ଟରୁ ଚିହ୍ନଟ କରାଯାଇଥିବା ବେଳେ ଚାନ୍ଦବାଲି ପୋଲିସ ଏହି କାରକୁ ନେଇ ଅଧିକ ତଦନ୍ତ ଚଳାଇଛି । ତେବେ ମାନସଙ୍କୁ ଅପହରଣ ଓ ହତ୍ୟାରେ ଏହି କାର ନିୟୋଜିତ ଥିବା ମତ୍ତୋ ପୋଲିସ କହିଛି । ଅନ୍ୟପଟେ ବର୍ତ୍ତମାନ ସୁଦ୍ଧା କିନ୍ତୁ ପୋଲିସ ଶର୍ମିଷ୍ଠା ଓ ସେହି ଚିପର ସୁରାକ୍ ପାଇନାହିଁ ।

Leave a Reply

Your email address will not be published. Required fields are marked *