(ଦ କୁଇଭର): ଖସୁଛି କରୋନା ସଂକ୍ରମଣ । ହଟୁଛି କରୋନା କଟକଣା । ଆସନ୍ତା ୨୮ରୁ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବ । ଅଙ୍ଗନବାଡି ଖୋଲିବା ନେଇ ସରକାରଙ୍କ ପକ୍ଷରୁ ଏସଓପି ମଧ୍ୟ ଜାରି କରାଯାଇଛି । ସକାଳ ୭.୩୦ରୁ ୯.୩୦ ପର୍ଯ୍ୟନ୍ତ ଅଙ୍ଗନୱାଡି କେନ୍ଦ୍ର ଖୋଲାରହିବ । ଯଦି କୌଣସି ସ୍ଥାନରେ କିଛି ଅସୁବିଧା ଥାଏ, ତେବେ ସେଠାରେ ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେବେ ।

ଏହାସହ ସବୁ ଅଙ୍ଗନବାଡି କର୍ମୀମାନେ ସମ୍ପୂର୍ଣ୍ଣ କୋଭିଡ ଟିକା ନେଇଥିବା ଅବଶ୍ୟକ । ଯଦି କୌଣସି ଉଦ୍ଦେଶ୍ୟମୂଳକଭାବେ ଟିକା ନେଇନାହାନ୍ତି, ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । କରୋନା ସଂକ୍ରମଣ ପାଇଁ ଦିର୍ଘଦିନ ଧରି ବନ୍ଦ ରହିଥିଲା ଅଙ୍ଗନବାଡ଼ି କେନ୍ଦ୍ର । ସଂକ୍ରମଣ କମିଥିବାରୁ ପୁଣି ଥରେ ଅଙ୍ଗନବାଡ଼ି କେନ୍ଦ୍ର ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର ।

Leave a Reply

Your email address will not be published. Required fields are marked *