ଚକୋଲେଟ୍ ନେଇଗଲା ୪ ଶିଶୁଙ୍କ ଜୀବନ

(ଦ କୁଇଭର): ଚକୋଲେଟ୍ ନେଇଗଲା ୪ ଶିଶୁଙ୍କ ଜୀବନ । ଏହି ଭଳି ଏକ ଦୁଃଖଦାୟକ ଘଟଣା ଘଟିଛି କୁଶୀନଗରର କସିଆ ଥାନା ଅଞ୍ଚଳରେ ଦିଲୀପନଗର ଗାଁରେ । ସୂଚନାନୁସାରେ ଚକୋଲେଟ୍ ଖାଇବା ପରେ ୪ ଜଣ ଶିଶୁଙ୍କ ମୃତ୍ୟୁ ହୋଇଯାଇଛି । ମୃତ ଶିଶୁଙ୍କ ବୟସ ଯଥାକ୍ରମେ ୭ ବର୍ଷ, ଦୁଇ ଜଣଙ୍କର ୫ ବର୍ଷ ଓ ଜଣଙ୍କର ୩ ବର୍ଷ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି ।

ପରିବାର ଲୋକଙ୍କ କହିବା ଅନୁଯାୟୀ, ମୃତକଙ୍କ ମଧ୍ୟରୁ ବଡ଼ ପିଲାଟି ଚକୋଲେଟ ଆଣି ଅନ୍ୟ ୩ ଜଣଙ୍କୁ ବାଣ୍ଟିଥିଲେ। ଏହି ଚକୋଲେଟ ଖାଇବା ପରେ ୪ ଜଣ ଯାକ ଅସୁସ୍ଥ ହୋଇ ପଡ଼ିଥିଲେ। ଖବର ପାଇ ପୋଲିସ ଶିଶୁଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲା । ସେମାନଙ୍କ ଅବସ୍ଥା ସେହି ସମୟରେ ଗୁରୁତର ଥିବାରୁ ଅନ୍ୟ ଏକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ରାସ୍ତାରେ ହିଁ ଶିଶୁଙ୍କ ମୃତ୍ୟୁ ହୋଇଥିଲା ।

ଶିଶୁଙ୍କ ପରିଜନ ୩ ଜଣଙ୍କ ଉପରେ ହତ୍ୟାର ଆରୋପ ଲଗାଇଛନ୍ତି । ଚକୋଲେଟ୍ ଖାଇବା ପରେ ଶିଶୁଙ୍କ ମୃତ୍ୟୁ ହୋଇଥିବା ନେଇ ଜଣାପଡିଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଚକୋଲେଟ୍ରେ ବିଷାକ୍ତ ପଦାର୍ଥ ମିଶିଥିବାର ଆଶଙ୍କା କରାଯାଉଛି । ଏହି ଘଟଣାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିବା ସହ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *