ଆଜି ଶହୀଦ ଦିବସ: ଜାଣନ୍ତୁ କାହିଁକି ପାଳନ ହୁଏ ଏହି ଦିବସ ?

(ଦ କୁଇଭର): ଆଜି ମାର୍ଚ୍ଚ ୨୩, ଆଜିର ଦିନରେ ଫାଶୀ ପାଇଥିଲେ ଭଗତ ସିଂ, ସୁଖଦେବ ଏବଂ ରାଜଗୁରୁ । ଏହି ବୀର ପୁତ୍ରଙ୍କ ନାଁ ଶୁଣିଲେ ଭୟରେ ଥରି ଯାଇଥିଲେ ଇଂରେଜ ସରକାର । ସେହି ବୀର ପୁତ୍ରଙ୍କୁ ମନ ପକାଇବା ପାଇଁ ଆଜି ଶହିଦ ଦିବସ ରୂପେ ପାଳନ କରାଯାଏ । ଭାରତର ସ୍ୱାଧୀନତା ସଂଗ୍ରାମରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଭାଗବତ ସିଂ, ସୁଖଦେବ ଏବଂ ରାଜଗୁରୁଙ୍କୁ ଏହି ଦିନ ଅର୍ଥାତ୍ ୨୩ ମାର୍ଚ୍ଚ ୧୯୩୧ରେ ବ୍ରିଟିଶମାନେ ଫାଶୀ ଦେଇଥିଲେ।

ଲାହୋର ଷଡଯନ୍ତ୍ର ଅଭିଯୋଗରେ ତାଙ୍କୁ ଫାଶୀ ଦିଆଯାଇଥିଲା। ତେବେ ଫାଶୀ ତାରିଖ ୨୪ ମାର୍ଚ୍ଚ ୧୯୩୧ରେ ହେବାକୁ ଥିବାବେଳେ ଏହାର ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍ ୨୩ ମାର୍ଚ୍ଚରେ ସେମାନଙ୍କୁ ଫାଶୀ ଦିଆଯାଇଥିଲା। ବାସ୍ତବରେ, ଏହି ତିନି ବରପୁତ୍ରଙ୍କ ଫାଶୀ ଖବରକୁ ନେଇ ଦେଶର ଅପ୍ରତିକର ପରିସ୍ଥିତି ଦେଖାଯାଇଥିଲା। ଚାରିଆଡେ ଇଂରେଜ ସରକାରଙ୍କ ବିରୋଧରେ ଅସନ୍ତୋଷର ବହ୍ନି ଜଳିଥିଲା। ସମସ୍ତ ଦେଶବାସୀ ଏହି ତିନିଜଣଙ୍କୁ ଦେଖା କରିବାକୁ ଚାହିଁଥିଲେ। ଏସବୁ ଦେଖି କାଳେ ପରିସ୍ଥିତି ବିଗିଡ଼ିଯିବ ସେଥିପାଇଁ ଇଂରେଜମାନେ ଫାସୀର ତାରିଖରେ ପରିବର୍ତ୍ତନ କରିଥିଲେ। ଏହି ତିନି ମହାନ ଆତ୍ମାଙ୍କୁ ଗୋଟିଏ ଦିନ ପୂର୍ବରୁ ଫାଶୀ ଦିଆଯାଇଥିଲା।

ଭାବତ ସିଂ ଏବଂ ବଟୁକେଶ୍ୱର ୮ ଏପ୍ରିଲ ୧୯୨୯ରେ କେନ୍ଦ୍ରୀୟ ସଭାରେ ବୋମା ପକାଇଥିଲେ। ଏନେଇ ଦୁହେଁ ସେଠାରେ ଗିରଫ କରିଥିଲେ। ଏହା ପରେ ତାଙ୍କୁ ପ୍ରାୟ ଦୁଇ ବର୍ଷ ଜେଲରେ ରଖାଯାଇଥିଲା ଏବଂ ପରେ ଭାଗବତ ସିଂଙ୍କୁ ରାଜଗୁରୁ ଏବଂ ସୁଖଦେବଙ୍କ ସହ ଫାଶୀ ଦିଆଯାଇଥିଲା। ଆଜି ସାରା ଦେଶ ଏହି ମହାନ ଆତ୍ମାଙ୍କ ବଳିଦାନକୁ ଶହୀଦ ଦିବସ ଭାବରେ ପାଳନ କରୁଛି।

Leave a Reply

Your email address will not be published. Required fields are marked *