ବୀରଭୂମି ହିଂସାକାଣ୍ଡ: ପ୍ରତ୍ୟେକ ପରିବାରକୁ ମିଳିବ ୫ଲକ୍ଷ

(ଦ କୁଇଭର): ପଶ୍ଚିମବଙ୍ଗରେ ରାଜନୈତିକ ହିଂସା ଥମିବାର ନାଁ ନେଉନାହିଁ । ବୀରଭୂମିରେ ଘଟିଥିବା ଯନ୍ତ୍ରଣାଦାୟକ ଘଟଣା ବଙ୍ଗଳା ଠାରୁ ଦିଲ୍ଲୀ ପର୍ୟ୍ୟନ୍ତ ରାଜନୀତିକୁ ଗରମ କରିଛି । ଦୁଇ ଦିନ ପୂର୍ବେ ବୀରଭୂମିରେ ଜଣେ ଟିଏମ୍‌ସି ନେତାଙ୍କୁ ହତ୍ୟା ପରେ ୮ ଜଣଙ୍କୁ ଜୀଅନ୍ତା ଜାଳି ଦେଇଥିବ ଘଟଣା ସାମ୍ନାକୁ ଆସିଥିଲା । ବର୍ତ୍ତମାନ ସେଠାରେ ପହଞ୍ଚିବା ଏବଂ ରାଜନୈତିକ ହିଂସାରେ ବ୍ରେକ ଦେବାପାଇଁ ଆଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘଟଣାସ୍ଥଳରେ ପରିଦର୍ଶନ କରିଛନ୍ତି ।

ହିଂସାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାରକୁ ଭେଟି ଥିଲେ ମମତା । ଏହି ଘଟଣାର ମୁଖ୍ୟ ଅପରାଧୀଙ୍କ ବିରୋଧରେ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେ କହିଥିଲେ ଯେ ଉତ୍ତରପ୍ରଦେଶ ନୁହେଁ ଏହା ବଙ୍ଗଳା, ଅଭିଯୁକ୍ତଙ୍କ ବିରୋଧରେ କଡା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ଘଟଣାରେ ମୃତକଙ୍କ ପରିବାରକୁ ମମତା ପ୍ରତ୍ୟେକଙ୍କୁ ୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଘୋଷଣା କରିଛନ୍ତି ।

ଅନ୍ୟପକ୍ଷରେ ହାଇକୋର୍ଟ ମଧ୍ୟ ଏହି ଗୁରୁତର ବିଷୟକୁ ଗ୍ରହଣ କରିଛନ୍ତି ଏବଂ ଆଜି ଅପରାହ୍ନ ୨ ଟା ସୁଦ୍ଧା ମମତା ସରକାରଙ୍କ ଠାରୁ ଷ୍ଟାଟସ୍ ରିପୋର୍ଟ ମାଗିଛନ୍ତି। ଉକ୍ତ ସ୍ଥାନ ଉପରେ ୨୪ ଘଣ୍ଟିଆ ସିସିଟିଭି ନଜର ରଖିବାକୁ ମଧ୍ୟ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *