କାଲିଠୁ ବଜେଟ୍ ଅଧିବେଶନ

(ଦ କୁଇଭର): ଶୁକ୍ରବାର ଠାରୁ ବିଧାନସଭାରେ ଶୀତକାଳିନ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏହାକୁ ଦୃଷ୍ଟିରେ ରଖି ପୁଲିସ ଡ଼ିଜି ସୁନୀଲ ବଂଶଲ ବୁଧବାର ବିଧାନସଭା ପରିସର ପରିଦର୍ଶନ କରି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି । କୋଭିଡ଼ କଟକଣା କୋହଳ ହୋଇଥିବାରୁ ଅଧିକ ଗହଳି ହେବାର ସମ୍ଭାବନା ରହିଛି । ଏହାକୁ ଧ୍ୟାନରେ ରଖି ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି । ସବୁଥର ଭଳି ଏଥର ମଧ୍ୟ ତ୍ରି-ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ହୋଇଛି । ଏଥିପାଇଁ ୫ଟି କଣ୍ଟ୍ରୋଲ୍ ରୁମ୍ କରାଯାଇଛି । ଉତ୍ତର ଗେଟ୍, ଧାରଣାସ୍ଥଳ ଓ ମିଳିତ କଣ୍ଟ୍ରୋଲରୁମ୍ ହୋଇଛି । ଏହାସହ ୩୨ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।

ଭୁବନେଶ୍ୱର ଡ଼ିସିପିଙ୍କ ନେତୃତ୍ୱରେ ସୁରକ୍ଷା ବ୍ୟବସ୍ଥା ରହିଛି । ଏହି ଦାୟିତ୍ୱରେ ୬ଜଣ ଅତିରିକ୍ତ ଏସ୍‌ପି, ୧୧ଜଣ ଏସିପି, ୧୩ଜଣ ଇନ୍ସିପେକ୍ଟର, ୬୦ଜଣ ଅଧିକାରୀ ଓ ଟ୍ରାଫିକର ୨୦ଜଣ ମୁତୟନ ହେବା ନେଇ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *