Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ଫିଲ୍ମ ରିଲିଜ ପୂର୍ବରୁ ବିବାଦରେ ‘RRR’, ବୟକଟ୍ ଦାବି

(ଦ କୁଇଭର): ଫିଲ୍ମ ରିଲିଜ୍ ହେବା ପୂର୍ବରୁ ବିବାଦରେ RRR ଫିଲ୍ମ । ଏସ୍.ଏସ୍ ରାଜମୋଲିଙ୍କ ନୂଆ ଚଳଚିତ୍ର ଆସନ୍ତାକାଲି ରିଲିଜ ହେବା ପୂର୍ବରୁ କର୍ଣ୍ଣାଟକରେ ଏହି ଫିଲ୍ମକୁ ନେଇ ବଢିଯାଇଛି ବିବାଦ । ଏହି ଫିଲ୍ମରେ NTR, ରାମ ଚରଣ, ଆଲିଆ ଭଟ୍ଟ ଏବଂ ଅଜୟ ଦେବଗନ୍ ଭଳି ଲୋକପ୍ରିୟ ଅଭିନେତା ଓ ଅଭିନେତ୍ରୀ ପରଦାରେ ନଜର ଆସିଛନ୍ତି ଏବଂ ଚଳଚ୍ଚିତ୍ର ନିର୍ମାତାଙ୍କ ପ୍ରଶଂସକମାନେ RRR ରିଲିଜ୍ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଥିବାବେଳେ କର୍ଣ୍ଣାଟକର ପ୍ରଶଂସକମାନେ ନିରାଶ ଏବଂ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଏହାର କାରଣ ହେଉଛି, ଫିଲ୍ମ RRR କନ୍ନଡ ଭାଷାରେ ରିଲିଜ୍ ହେଉନାହିଁ । ଏହି ଫିଲ୍ମଟି ଅନେକ ଭାଷାରେ ରିଲିଜ ହୋଇଥିବା ବେଳେ କନ୍ନଡ ଭାଷାରେ ରିଲିଜ ହୋଇ ନାହିଁ ବୋଲି ଲୋକଙ୍କ ଭିତରେ ଉତ୍ତେଜନା ଦେଖାଦେଇଛି । ଜଣେ ଟ୍ୱିଟର ବ୍ୟବହାରକାରୀ ଟିକେଟ୍ ବୁକିଂ ସ୍କ୍ରିନର ଏକ ସ୍କ୍ରିନସଟ୍ ନେଇ ଲେଖିଛନ୍ତି, #BoycottRRRinKarnataka ଏସ୍.ଏସ୍ ରାଜମୋଲି RRR କନ୍ନଡ ଲୋକଙ୍କ ପାଇଁ ଏହା ଏକ ବଡ ଅପମାନ ବୋଲି ଟ୍ୱିଟରେ ଦେଖାଦେଇଛି ଉତ୍ତେଜନା ।

https://twitter.com/Sri_46_/status/1506469669255147523?s=20&t=bIBHHiZOpqhVYP2WO3foCQ

ଲୋକମାନେ ଟ୍ୱିଟରରେ #BoycottRRRinKarnataka ଟ୍ରେଣ୍ଡ କରି ଏହି ଚଳଚ୍ଚିତ୍ର ନ ଦେଖିବା ପାଇଁ କହୁଛନ୍ତି।
ଲୋକଙ୍କ କିହିବା ଅନୁଯାୟୀ ଏହି ଫିଲ୍ମଟି କନ୍ନଡ ଭାଷାରେ ମଧ୍ୟ ରିଲିଜ୍ ହେବା ଉଚିତ୍। କନ୍ନଡ ଭାଷାରେ ଫିଲ୍ମଟି ରିଲିଜ ହେବା ପରେ ହିଁ ସେମାନେ ଏହାକୁ ସମର୍ଥନ କରିବେ ବୋଲି କହିଛନ୍ତି। କିଛି ଲୋକ ଫିଲ୍ମ ଉପରେ ଅସନ୍ତୋଷ ଦେଖାଉଥିବା ବେଳେ ଅନ୍ୟ କିଛି ପ୍ରଶଂସକ ଫିଲ୍ମର କାଷ୍ଟ ଏବଂ ଦଳକୁ ସମର୍ଥନ ମଧ୍ୟ କରୁଛନ୍ତି। ଅନ୍ୟ ଜଣେ ଫିଲ୍ମର ନିର୍ମାତା ତାଙ୍କ ପ୍ରତିଶୃତି ଭାଙ୍ଗିଥିବା ନେଇ ଅଭିଯୋଗ କରିଛନ୍ତି। ଆଉ ଜଣେ ଲେଖିଛନ୍ତି ଯେ କର୍ଣ୍ଣାଟକରେ ‘ଜଜଜ’ ଚଳଚ୍ଚିତ୍ର ଉପରେ ପ୍ରତିବନ୍ଧକ ଲଗାଇବାକୁ ସମୟ ଆସିଛି।

Exit mobile version