ଭୋଟ୍ ଦେଲେ ମୁଖ୍ୟମନ୍ତ୍ରୀ

(ଦ କୁଇଭର): ରାଜ୍ୟରେ ପୌର ନିର୍ବାଚନ ଲାଗି ଭୋଟଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ନିବାସରୁ ଚାଲି ଚାଲି ବିଏମସି ୫୩ ନଂ ୱାର୍ଡରେ ମୁଖ୍ୟମନ୍ତ୍ରୀ ଭୋଟ୍ ଦେଇଛନ୍ତି । ଆଜି ରାଜ୍ୟର ୩ଟି ମହାନଗର ନିଗମ, ୧୦୬ଟି ପୌର ପରିଷଦ ପାଇଁ ଚାଲିଛି ମତଦାନ । ମତଦାନ ସକାଳ ୮ଟାରୁ ଭୋଟଗ୍ରହର ଆରମ୍ଭ ହୋଇଥିବା ବେଳେ ଏହା ସନ୍ଧ୍ୟା ୫ଟା ଯାଏଁ ଚାଲିବ । ୪୭ଟି ମ୍ୟୁନିସପାଲିଟି, ୫୯ ଏନଏସି ପାଇଁ ମତଦାନ ଚାଲିଛି ।

ଆଜି ମତଦାନ ସାବ୍ୟସ୍ତ କରୁଛନ୍ତି ୪୦ ଲକ୍ଷରୁ ଅଧିକ ମତଦାତା । ମତଦାନ ଲାଗି ସାରା ରାଜ୍ୟରେ ୧୯୫ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଛନ୍ତି । ସମ୍ବେଦନଶୀଳ ବୁଥଗୁଡ଼ିକରେ ଭିଡିଓଗ୍ରାଫିର ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେବେ ୧୦୬ ପୌର ପରିଷଦରେ ମୋଟ ୧ ହଜାର ୭୩୧ଟି ୱାର୍ଡରେ ନିର୍ବାଚନ ଚାଲିଛି ।

୩ଟି ପୌର ନିଗମରେ ମୋଟ ୧୬୮ଟି ୱାର୍ଡ ରହିଛି । ନିର୍ବାଚନରେ ୬୪୧୧ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ଭୋଟର । ଭୁବନେଶ୍ୱରର ୬୭ଟି ୱାର୍ଡ ପାଇଁ ୭୦୫ଟି ବୁଥ ହୋଇଛି । ପ୍ରତି ବୁଥରେ ଜଣେ ପ୍ରିଜାଇଡିଂ ଅଫିସର, ୪ ପୁଲିଂ ଅଫିସର ରହିବେ । ମତଦାନକୁ ସ୍ୱଚ୍ଛ ଓ ନିରପେକ୍ଷ କରିବାକୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ପ୍ରଥମଥର ପାଇଁ ମେୟର ଓ ପୌରାଧ୍ୟକ୍ଷ ପଦ ପାଇଁ ଚାଲିଛି ସିଧାସଳଖ ଭୋଟିଂ।

Leave a Reply

Your email address will not be published. Required fields are marked *