Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ଗାଲୱାନ ବିବାଦ ପରେ ଚୀନ୍ ନେତାଙ୍କ ପ୍ରଥମ ଭାରତ ଗସ୍ତ !

(ଦ କୁଇଭର): ଚୀନ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଆସନ୍ତାକାଲି ଦୁଇ ଦିନିଆ ଭାରତ ଗସ୍ତରେ ଆସି ପାରନ୍ତି । ଗାଲଭାନ୍ ଭ୍ୟାଲିରେ ଭାରତ ଏବଂ ଚୀନ୍ ମଧ୍ୟରେ ଯୁଦ୍ଧ ପରିସ୍ଥିତି ପରେ ଚୀନ୍ ର ଏହିପରି ଉଚ୍ଚ ସ୍ତରୀୟ ନେତାମାନେ ପ୍ରଥମ ଥର ପାଇଁ ଭାରତ ଆସୁଛନ୍ତି । ତାଙ୍କର ଯାତ୍ରା ଗୁରୁତ୍ୱପୂର୍ଣ୍ଣ ରହିବ । ଏହି ଗସ୍ତ ପରେ ଯଦି ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ସୁଧାର ଆସିବ ତେବେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଆଗାମୀ ବ୍ରିକ୍ସ ସମ୍ମିଳନୀରେ ଭାଗ ନେବାକୁ ଚୀନ୍ ଯାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଶୁକ୍ରବାର ସେ ଭାରତୀୟ ବୈଦେଶିକ ମନ୍ତ୍ରୀ ତଥା ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ଭେଟିବା ପାଇଁ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିବେ ବୋଲି ଏକ ଭାରତୀୟ ସରକାରୀ ସୂତ୍ରରୁ ଖବର ମିଳିଛି। ଭାରତକୁ ଆସିବା ପୁର୍ବରୁ ସେ ପାକିସ୍ତାନ ଗସ୍ତରେ ଯାଇ ଇସଲାମିକ୍ ଦେଶ ସଂଗଠନ (ଓଆଇସି) ର ଏକ ବୈଠକରେ ଯୋଗ ଦେବେ। ଏହା ସହିତ ପାକିସ୍ତାନ ଜାତୀୟ ଦିବସ ଉତ୍ସବରେ ଯୋଗଦେବେ। ଭାରତ ଗସ୍ତ ସାରି ସେ ନେପାଳ ଅଭିମୁଖେ ଯିବେ ବୋଲି ଜାତୀୟଗଣମାଧ୍ୟମରେ ପ୍ରକାଶ ପାଇଛି ।

ଲଦାଖ ସଂଘର୍ଷର ସମାଧାନ ପାଇଁ ଦୁଇ ଦେଶର ସାମରିକ କମାଣ୍ଡୋଙ୍କ ମଧ୍ୟରେ ୧୫ ରାଉଣ୍ଡ ଆଲୋଚନା ହୋଇଛି, ତଥାପି କୌଣସି ଠୋସ୍ ସମାଧାନ ମିଳିପାରି ନାହିଁ। ଯଦିଓ ଉଭୟ ଦେଶର ସୈନ୍ୟବାହିନୀ ସଂଘର୍ଷ ଅଞ୍ଚଳରୁ ଓହରି ଯାଇଛନ୍ତି, ତଥାପି ସେଠାରେ ୫୦-୫୦ ହଜାରରୁ ଅଧିକ ସୈନିକ ଅଛନ୍ତି।

Exit mobile version