Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ସ୍ୱାସ୍ଥ୍ୟସେବାରେ ମାଫିଆ ରାଜ୍: ଦିଲ୍ଲୀ କମଉଛି, ଓଡ଼ିଶା ବଢାଉଛି

(ଦ କୁଇଭର): ସ୍ୱାସ୍ଥ୍ୟ ସେବାକୁ ଘରୋଇକରଣ କରିବାରେ ଲାଗିଛନ୍ତି ସବୁ ସରକାର । ଯାହାର ନଗ୍ନ ଉଦାହରଣ ଦେଖିବାକୁ ମିଳିଛି ଓଡ଼ିଶାରେ । ସରକାରୀ ସ୍ୱାସ୍ଥ୍ୟସେବା ବଦଳରେ ପ୍ରାଇଭେଟ୍ ହସ୍ପିଟାଲକୁ ପ୍ରେତ୍ସାହିତ କରୁଛନ୍ତି ନବୀନ ସରକାର । ନିକଟରେ ପ୍ରଭାବଶାଳୀ ବ୍ୟକ୍ତି ସୁବ୍ରତ ବାଗଚୀ କ୍ୟାନସର ହସ୍ପିଟାଲକୁ ଜାଗା ଦେଇ ଘରୋଇକରଣକୁ ପ୍ରେତ୍ସାହିତ କରିଛନ୍ତି । ସେ ସମ୍ ହସ୍ପିଟାଲ ହେଉ କି ଆମ୍ରି ବା ଆପୋଲୋ ହେଉ କି ଉତ୍କଳ, ସବୁ ହସ୍ପିଟାଲକୁ ସରକାର ପ୍ରୋତ୍ସାହନ ଦେଉଛନ୍ତି । ଆଉ ଏହି ହସ୍ପିଟାଲ ଗୁଡ଼ିକରେ ରୋଗୀ ଶୋଷଣ କେଉଁ ମାତ୍ରାରେ ଚାଲିଛି ତାର ଜ୍ୱଳନ୍ତ ଉଦାହରଣ ପ୍ରତିଦିନ ସାମ୍ନାକୁ ଆସୁଛି । ବାଉନ୍ସର ଲଗାଇ ରୋଗୀମାନଙ୍କ ଠାରୁ ଟଙ୍କା ଆଦାୟ କରାଯାଉଛି । ଶୋଷଣ ଏତେ ମାତ୍ରାରେ ବଢିଗଲାଣି ଯେ, ଏପରିକି ଟଙ୍କା ନ ଦେଇପାରିଲେ ମୃତ ଦେହକୁ ମଧ୍ୟ ଛାଡ଼ୁନାହାନ୍ତି । ମୃତଦେହକୁ ବନ୍ଧା ରଖୁଛନ୍ତି ଘରୋଇ ହସ୍ପିଟାଲ । ଏହାର କାରଣ ହେଉଛି ସରକାରୀ ହସ୍ପିଟାଲରେ ଉନ୍ନତମାନର ସୁବିଧା ଯୋଗାଇ ଦେବା ପାଇଁ ସରକାରୀ ସ୍ତରରେ ବ୍ୟବସ୍ଥା ନାହିଁ । କହିବାକୁ ଗଲେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ହାତ ଟେକିଦେଇଛନ୍ତି ରାଜ୍ୟ ସରକାର ।

ଅନ୍ୟପଟେ ଦିଲ୍ଲୀରେ କେଜ୍ରିୱାଲ ସରକାରଙ୍କ କଥା ଦେଖନ୍ତୁ, ଦିଲ୍ଲୀରେ ଆପ୍ ସରକାର ଘରୋଇ ସ୍ୱାସ୍ଥ୍ୟ ସେବାକୁ ଏକ ମଡେଲ ଭାବେ ତିଆରି କରିଛନ୍ତି । ବହୁ ଧନୀ ଲୋକମାନେ ମଧ୍ୟ ମହଲ୍ଲା କ୍ଲିନିକ୍ ମାଧ୍ୟମରେ ଉତ୍ତମ ସ୍ୱାସ୍ଥ୍ୟସେବା ପାଉଛନ୍ତି, ତାହା ପୁଣି ମାଗଣା । କମ୍ ଖର୍ଚ୍ଚରେ ଉତ୍ତର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଇହେବ । ଯାହା ଆପ୍ ପ୍ରମାଣିତ କରି ଦେଖାଇଛି । ପ୍ରଥମ ଥର ପାଇଁ ଦେଶରେ ସମସ୍ତ ଲୋକଙ୍କ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାରେ ଆପ୍ ରଚିଛି ନୂଆ ଇତିହାସ ।

ଛତିଶଗଡ଼, ଆନ୍ଧ୍ର ଓ ତେଲେଙ୍ଗାନା ପରି ବଡ଼ ବଡ଼ ରାଜ୍ୟରେ ସରକାର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଘରୋଇ ହସ୍ପିଟାଲକୁ ପ୍ରେତ୍ସାହିତ କରୁଥିବା ବେଳେ ଦିଲ୍ଲୀର ଆପ୍ ସରକାର ସରକାରୀ ବ୍ୟବସ୍ଥାରେ ଉନ୍ନତି ଆଣିଛନ୍ତି । ଆଉ ଏହା ହେଉଛି ଆପ୍ ଆଉ ଅନ୍ୟ ସରକାର ଯଥା ଓଡ଼ିଶା ସରକାରଙ୍କ ମଧ୍ୟରେ ପାର୍ଥକ୍ୟ । ଲୋକମାନେ ଆପକୁ ଏଥିପାଇଁ ପସନ୍ଦ କରୁଛନ୍ତି, କାହିଁକି ନା ଆପ୍ ସରକାରୀ ବ୍ୟବସ୍ଥାରେ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇବାରେ ସଫଳ ହୋଇଛନ୍ତି । କିନ୍ତୁ ଓଡ଼ିଶା ସରକାର ସରକାରୀ ବ୍ୟବସ୍ଥାକୁ ଅପଙ୍ଗ କରି ଘରୋଇ ହସ୍ପିଟାଲକୁ ଅଧିକ ପ୍ରେତ୍ସାହିତ କରୁଛନ୍ତି, ଯାହା ଶୋଷଣ କରିବା ପାଇଁ ଏମ ମାଧ୍ୟମ ପାଲଟିଛି ।

Exit mobile version