ମାନସ ସ୍ୱାଇଁ ହତ୍ୟା: ଶର୍ମିଷ୍ଠାଙ୍କ ମା’ କହିଲେ ନିରଞ୍ଜନଙ୍କ କଥାରେ ପଡି ମୋ ପୁଅ ଟଙ୍କା ଦେଇଥିଲା

(ଦ କୁଇଭର): ମାନସ ସ୍ୱାଇଁ ହତ୍ୟା ମାମଲାରେ ବଡ ଖୁଲାସା କରିଲେ ଶର୍ମିଷ୍ଠାଙ୍କ ମା’ । ନିରଞ୍ଜନଙ୍କ କଥାରେ ପୁଅ ପରମେଶ୍ୱର ଟଙ୍କା ଦେଇଥିବା କହିଲେ ଶର୍ମିଷ୍ଠାଙ୍କ ମା’ । ଶର୍ମିଷ୍ଠାଙ୍କୁ ପୁଅ ନିଜେ ଟଙ୍କା ମାଗିନି,ନିରଞ୍ଜନ ସେଠୀ ମାଗିଥିଲେ । ଫୋନ କରି ଭଉଣୀ ଅସୁବିଧାରେ ଥିବା କହି ଟଙ୍କା ପଠାଇବାକୁ କହିଥିଲେ । ନିରଞ୍ଜନ ସେଠୀଙ୍କ କଥାରେ ପଡି ପୁଅ ୧୦ ହଜାର ଟଙ୍କା ପଠାଇଛି । ଫଳରେ ସେ ତା’ ଭଉଣୀକୁ ଟଙ୍କା ପଠାଇ ଫସିଥିବା ତାଙ୍କ ମା’ କହିଛନ୍ତି ।

ଏଥିରେ ମୋ ପୁଅର କିଛି ଦୋଷ ନାହିଁ ଏବଂ ଶର୍ମିଷ୍ଠା ଦୟାକରି ତୁ ପୁଲିସ୍ ଆଗରେ ଆତ୍ମ ସମର୍ପଣ କରିଦେ ବୋଲି ତାଙ୍କ ମା’ ଶର୍ମିଷ୍ଠାଙ୍କୁ ନିବେଦନ କରିଛନ୍ତି । ମୋ ପୁଅ ନମୁକୁଳିଲେ ମୋ ପରିବାର ଭାସିଯିବ ବୋଲି ତାଙ୍କ ମା’ କହିଛନ୍ତି ।

ସୂଚନାନୁସାରେ, ମାନସ ସ୍ୱାଇଁ ହତ୍ୟାକାଣ୍ଡ ଘଟଣାରେ ଶର୍ମିଷ୍ଠାଙ୍କ ପତ୍ତା ମିଳିନଥିବା ବେଳେ ଏଥିରେ ଜଡ଼ିତ ତାଙ୍କ ଭାଇ ପରମେଶ୍ୱରଙ୍କୁ ବିଜୟୱାଡ଼ାରୁ ଗିରଫ କରାଯାଇଥିଲା । ଦ୍ବିତୀୟ ଦିନରେ ଚାନ୍ଦବାଲିରେ କ୍ରାଇମବ୍ରାଞ୍ଚ ଟିମର ତଦନ୍ତ ଜାରି ରହିଛି । ଆଜି ଦୁଇ ଜଣ ସାକ୍ଷୀଙ୍କୁ କ୍ରାଇମବ୍ରାଞ୍ଚର ପଚରାଉଚରା କରୁଛି । ଦେବାଶିଷ ଜେନା ଓ ଶରତ ପଣ୍ଡାଙ୍କୁ ଜେରା କରୁଛି କ୍ରାଇମବ୍ରାଞ୍ଚ ଟିମ୍ । ଚାନ୍ଦବାଲି ଥାନାରେ ଅଭିଯୁକ୍ତଙ୍କୁ ଚାଲିଛି ଜେରା ।

Leave a Reply

Your email address will not be published. Required fields are marked *