ସାଉଦି ଆରବ ତେଲ ଟିପୋରେ ହୁତି ବିଦ୍ରୋହୀଙ୍କ ଭୟଙ୍କର ଆକ୍ରମଣ

A view of a fire at Saudi Aramco's petroleum storage facility, after an attack, in Jeddah, Saudi Arabia March 25, 2022. Photo: Reuters

(ଦ କୁଇଭର): ସାଉଦି ଆରବର ଜେଦ୍ଦା ସ୍ଥିତ ଏକ ତୈଳ ଡିପୋରେ ଭୟଙ୍କର ଅଗ୍ନିକାଣ୍ଡ । ରକେଟ ଆକ୍ରମଣ ପରେ ଏହି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। ଏହି ଘଟଣା ଫର୍ମୁଲା ୱାନ୍ (F1) ରେସ୍ ପୂର୍ବରୁ ଘଟିଛି ବୋଲି ସାଉଦି ଅଧିକାରୀ ସୂଚନା ଦେଇଛନ୍ତି । ଏହି ଆକ୍ରମଣକୁ ହୁତି ବିଦ୍ରୋହୀଙ୍କ ଦ୍ୱାରା ହୋଇଥିବା ସବୁଠାରୁ ବଡ ଆକ୍ରମଣ ବୋଲି କୁହାଯାଉଛି । ସୂଚନାନୁସାରେ ଡିପୋ ଉପରେ ଆକ୍ରମଣ ପରେ ଭୟଙ୍କର ବିସ୍ଫୋରଣ ହୋଇ ନିଆଁ ଜଳିବା ଆରମ୍ଭ ହୋଇଥିଲା ।

ତେବେ ଏହି ଆକ୍ରମଣରେ କୈଣସି କ୍ଷୟକ୍ଷତି ସମ୍ପର୍କରେ କିଛି ସୂଚନା ମିଳିନାହିଁ । ଅନ୍ୟପକ୍ଷରେ ସାଉଦି ଆରବ କହିଛି ଯେ ଏହି ଆକ୍ରମଣ ହୁତି ବିଦ୍ରୋହୀ ମାନଙ୍କ ଦ୍ୱାରା କରାଯାଇଛି। ଯେଉଁଥିରେ ପ୍ରଥମେ ତେଲ ଡିପୋକୁ ଟାର୍ଗେଟ କରାଯାଇଥିଲା । ସାଉଦି ପ୍ରେସ ଏଜେନ୍ସି ଅନୁଯାୟୀ, ସାଉଦି ନେତୃତ୍ୱାଧୀନ ମିଳିତ ମଞ୍ଚର ମୁଖପାତ୍ର ବ୍ରିଗେଡିୟର୍ ଜେନେରାଲ୍ ତୁର୍କୀ ଅଲ-ମଲକି କହିଛନ୍ତି ଯେ ଏହି ଆକ୍ରମଣ ତେଲ ଡିପୋ ଉପରେ ଉଦ୍ଦେଶ୍ୟମୂଳକ । ଶକ୍ତି ସୁରକ୍ଷା ଏବଂ ବିଶ୍ୱ ଅର୍ଥନୀତିର ମେରୁଦଣ୍ଡକୁ ଦୁର୍ବଳ କରିବା ସେମାନଙ୍କର ଉଦ୍ଦେଶ୍ୟ ।

ଏହି ଆକ୍ରମଣ ଜେଦ୍ଦାର ସାଧାରଣ ଲୋକଙ୍କ ଧନଜୀବନ ଉପରେ କୈଣସି ପ୍ରଭାବ ପକାଇ ନାହିଁ କିନ୍ତୁ ଅଗ୍ନିକାଣ୍ଡରେ ଦୁଇଟି ଟ୍ୟାଙ୍କର ନଷ୍ଟ ହୋଇଥିବା ସୂଚନାମିଳିଛି । ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନ ଟ୍ୱିଟରରେ ହାଉଦି ଆକ୍ରମଣକୁ ନିନ୍ଦା କରିଛନ୍ତି। ସେ ଲେଖିଛନ୍ତି ଯେ ଏହି ଆକ୍ରମଣ ସାଧାରଣ ନାଗରିକଙ୍କ ଜୀବନକୁ ବିପଦରେ ପକାଇଥାଏ ଏବଂ ସେମାନେ ଏହିସବୁ ବନ୍ଦ କରିବା ଉଚିତ୍। ଦେଲେ ସାଉଦି ଆରବ ଅଧିକାରୀମାନେ ସୂଚନା ଦେଇଛନ୍ତି ଯେ ଦ୍ୱିତୀୟ ସାଉଦି ଆରବ ଗ୍ରାଣ୍ଡ ପ୍ରିକ୍ସ ୟେଦାଠାରେ ନିର୍ଦ୍ଦାରିତ କାର୍ଯ୍ୟକ୍ରମ ଅନୁଯାଇ ଅନୁଷ୍ଠିତ ହେବ ।

Leave a Reply

Your email address will not be published. Required fields are marked *