ଜଳ ପଥରେ ଆକ୍ରମଣ କରିପାରେ ଋଷ

(ଦ କୁଇଭର): ମାସେ ବିତିଲାଣି ଋଷ-ୟୁକ୍ରେନ ଯୁଦ୍ଧ । ଦିନ କୁ ଦିନ ଏହି ଯୁଦ୍ଧ ଅଧିକ ଗମ୍ଭୀର ହେବାରେ ଲାଗିଛି । ବାରମ୍ଭାର ଆଲୋଚନା ସତ୍ତେ୍ୱ ବିଫଳ ହେଉଛନ୍ତି ଉଭୟ ପକ୍ଷ । ଏହି ସମୟରେ, ଆମେରିକା ଏବଂ ପାଶ୍ଚାତ୍ୟ ଦେଶଗୁଡିକରୁ କ୍ରମାଗତ ଧମକ ପାଇବା ପରେ ବର୍ତ୍ତମାନ ଋଷ ଏକ ବଡ ପଦକ୍ଷେପ ନେଇଛି । ଉତ୍ତର ଆଟଲାଣ୍ଟିକ୍ ମହାସାଗରରେ ଋଷର ରାଷ୍ଟ୍ରପତି ଭ୍ଲାଡିମିର୍ ପୁଟିନ୍ ତାଙ୍କର ଆଣବିକ ବୁଡ଼ାଜାହାଜକୁ ନିୟୋଜିତ କରିଛନ୍ତି।

ଋଷର ଏହି ପଦକ୍ଷେପ ଯୋଗୁଁ ଆଣବିକ ଯୁଦ୍ଧର ଭୟଙ୍କର ସଙ୍କଟ ସାରା ବିଶ୍ୱରେ ଆରମ୍ଭ ହେବାକୁ ଯାଉଛି। ୟୁରୋପର ଅଧିକାଂଶ ଦେଶ ଉତ୍ତର ଆଟଲାଣ୍ଟିକ୍ ମହାସାଗରରେ ଅବସ୍ଥିତ ଏବଂ ଋଷର ଆଣବିକ ବୁଡ଼ାଜାହାଜ ନିୟୋଜନ ହେତୁ ଆଣବିକ ଯୁଦ୍ଧର ଆଶଙ୍କା ବୃଦ୍ଧି ପାଇଛି ।

ନିଜର ପରମାଣୁ ବଳକୁ ବିଶେଷ ସତର୍କ କରାଇବାର କିଛି ଘଂଟା ମଧ୍ୟରେ ପୁଟିନ ଏବେ ପରମାଣୁ ଜଳଜାହାଜକୁ ଉତ୍ତର ଆଟଲାଣ୍ଟିକା ପଠାଇଥିବା କଥା ପୁଟିନ ନିଜେ ସୂଚନା ଦେଇଛନ୍ତି । ସେ କହିଛନ୍ତି କି ଉତ୍ତର ଆଟଲାଣ୍ଟିକା ମହାସାଗରରେ ନିୟୋଜିତ ହୋଇଥିବା ପରମାଣୁ ଜଳଜାହାଜ ୧୬ ଟି ବାଲାଷ୍ଟିକ ମିସାଇଲ ବହନ କରିବାର କ୍ଷମତା ରଖିଛି । ପୁଟିନଙ୍କର ଏଭଳି ପଦକ୍ଷେପ ପରେ ପରମାଣୁ ଯୁଦ୍ଧର ଆଶଂକା ବୃଦ୍ଧି ପାଇଛି ।

Leave a Reply

Your email address will not be published. Required fields are marked *