ଆଜି ପୁଣି ବଢ଼ିଲା ତୈଳ ଦର

(ଦ କୁଇଭର): ତୈଲ ଦରରେ ଲାଗୁନି ବ୍ରେକ୍ । ଗୋଟିଏ ସପ୍ତାହ ମଧ୍ୟରେ ପାଞ୍ଚ ଥର ବଢ଼ିଲାଣି ତୈଳ ଦର । ଦେଶରେ ପୁଣି ମହଙ୍ଗା ହେଉଛି ପେଟ୍ରୋଲ ଓ ଦର । ର।ଷ୍ଟ୍ର।ୟତ୍ତ ତୈଳ କମ୍ପ।ନୀଗୁଡିକ ଦ୍ୱ।ର। କ୍ରମ।ଗତ ଭ।ବେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି କର।ଯ।ଉଥିବ। ଆଜି ପେଟ୍ରୋଲ ଏବଂ ଡିଜେଲ ଦର ପୁଣି ବୃଦ୍ଧି ପାଇଛି। ଦିଲ୍ଲୀରେ ପେଟ୍ରୋଲର ମୂଲ୍ୟ ୫୦ ପଇସା ଏବଂ ଡିଜେଲର ମୂଲ୍ୟ ୫୫ ପଇସା ବୃଦ୍ଧି ପାଇଛି, ଏହା ପରେ ରାଜଧାନୀରେ ଗୋଟିଏ ଲିଟର ପେଟ୍ରୋଲର ମୂଲ୍ୟ ୯୯, ୧୧ ପଇସା ଏବଂ ଡିଜେଲର ମୂଲ୍ୟ ୯୦ ଟଙ୍କା ୪୨ ପଇସାକୁ ବୃଦ୍ଧି ପାଇଛି।

ଗତକାଲି ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ୮୦ ପଇସା ବୃଦ୍ଧି କରାଯାଇଛି। ଚାରି ମାସରୁ ଅଧିକ ବ୍ୟବଧାନ ପରେ, ମଙ୍ଗଳବାର ଦିନ ପ୍ରଥମ ଥର ପାଇଁ ଏହି ମୂଲ୍ୟଗୁଡିକ ପରିବର୍ତ୍ତନ କରାଯାଇଥିଲା, ଯାହା ପରେ ଗତ ୬ଦିନ ମଧ୍ୟରେ ୫ଥର ପାଇଁ ବୃଦ୍ଧି ପାଇଛି ଜ୍ଝ ସେହିପରି ଚେନ୍ନାଇରେ ପେଟ୍ରୋଲ ଲିଟର ୧୦୪.୯୦ ଟଙ୍କା ରହିଥିବା ବେଳେ ଡିଜେଲ ଲିଟର ୯୫ ଟଙ୍କା, କୋଲକତାରେ ପେଟ୍ରୋଲ ଲିଟର ୧୦୮.୫୩ ଟଙ୍କା ଓ ଡିଜେଲ ୯୩.୫୭ ଟଙ୍କାରେ ପହଞ୍ଚିଛି । ବର୍ତ୍ତମାନ ସମୟରେ ୟୁକ୍ରେନ-ରୁଷିଆ ମଧ୍ୟରେ ଯୁଦ୍ଧ ଚାଲିଥିବାରୁ ଏହାର ପ୍ରଭାବରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ମୂଲ୍ୟ ବୃଦ୍ଧି ପାଇଛି । ତେଣୁ ଦେଶରେ ତୈଳ ଦରବୃଦ୍ଧିକୁ ନିୟନ୍ତ୍ରଣ ବାହାରେ ରହିଥିବା ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ।

Leave a Reply

Your email address will not be published. Required fields are marked *