Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ଶିକ୍ଷାର ବିକାଶ: ବିପରୀତରେ ଓଡ଼ିଶା, ଦିଲ୍ଲୀରେ ମଡେଲ

ଭୁବନେଶ୍ୱର (ଦ କୁଇଭର): ଶିକ୍ଷା ହେଉଛି ବିକାଶର ମେରୁଦଣ୍ଡ । ଯେଉଁଠି ଶିକ୍ଷା ଦୁର୍ବଳ ସେଠି ବିକାଶ ଅପହଞ୍ଚ । ପ୍ରତ୍ୟେକ ଯୋଜନାରେ ଥାଏ ବିନାଶ । ଆମେ ଏଠି କହୁନୁ ବହି ଘୋଷି ପରୀକ୍ଷାରେ ପାସ୍ ହୋଇଥିବା ପିଲା ଶିକ୍ଷିତ । ଜ୍ଞାନ ଦକ୍ଷତା ଥିଲେ ସବୁ ବିକାଶ ହୋଇ ଥାଏ । ଏବେ ଦେଖିବା ଆମ ରାଜ୍ୟର ଶିକ୍ଷା ବ୍ୟବସ୍ଥା କେତେ ସୁଦୃଢ । ରାଜ୍ୟର କୌଣସି ବି ସ୍କୁଲକୁ ଦେଖାଯାଉ । କାହାର ଛପର ନାହିଁ ତ କେଉଁଠି ଛାତ୍ରଛାତ୍ରୀଙ୍କୁ ବହି ମିଳୁନି । କେଉଁଠି ଶିକ୍ଷକ ନାହାନ୍ତି ତ ଆଉ କେଉଁଠି ମଧ୍ୟାହ୍ନ ଭୋଜନରେ ବ୍ୟସ୍ତ କର୍ମାଚାରୀ । ପାଠପଢା ଚୂଲି କି ଗଲାଣି । ଅଷ୍ଟମ ଶ୍ରେଣୀ ପିଲା ଟି ଯୁକ୍ତାକ୍ଷର କ’ଣ ଜାଣିପାରୁନି । ଆଉ ଇଂରାଜୀ ଶବ୍ଦ କହିବା ତ ବହୁ ଦୂରର କଥା । ଆଧୁନିକ ଜ୍ଞାନ କୌଶଳ ବା ବୈଷୟିକ ଜ୍ଞାନ କୌଶଳ ଆମ ଶିକ୍ଷା ବ୍ୟବସ୍ଥାର ଏକ ମରୀଚିକା । ଏତେ ପରେ ବି ଆମ ସରକାର କିନ୍ତୁ ଶିକ୍ଷା ବ୍ୟବସ୍ଥାର ସଫଳତାକୁ ଭାରତର ରାଜଧାନୀ ହେଉ କିମ୍ବା ଅନ୍ୟ କୌଣସି ବିକଶିତ ସହର ସହିତ ତୁଳନା କରିବାକୁ ପଛାଉ ନାହାନ୍ତି । ଆମ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଦିଲ୍ଲୀ ତନଖି କରି ଆସିବା ପରେ ଆମ ଶିକ୍ଷା ବ୍ୟବସ୍ଥା ଠିକ୍ ଅଛି ବୋଲି ମତ ଦେଉଛନ୍ତି । ଅନ୍ୟପଟେ ସରକାରୀ ଶିକ୍ଷାନୁଷ୍ଠାନରେ ଉନ୍ନତମାନର ଶିକ୍ଷା ନ ମିଳୁଥିବାରୁ ଅଭିଭାବକମାନେ ଯେତେ କଷ୍ଟ ହେଲେ ପଛେ ଜମିବାଡ଼ି ବିକ୍ରୀ କରି ବେସରକାରୀ ଶିକ୍ଷା ଆଡ଼କୁ ମୁହାଁଉଛନ୍ତି । ଯାହାର ଫାଇଦା ଉଠାଉଛନ୍ତି ଘରୋଇ ଶିକ୍ଷାନୁଷ୍ଠାନ, ଆଉ ଶୋଷଣ କରିବା ପାଇଁ ଏହା ସେମାନଙ୍କ ପାଇଁ ଏକ ମାଧ୍ୟମ ମଧ୍ୟ ପାଲଟିଛି ।

ଏବେ ଯିବା ଦିଲ୍ଲୀ ଶିକ୍ଷା ବ୍ୟବସ୍ଥା ଉପରକୁ, ସେଠାରେ ମାତ୍ର ଆ ଠ ବର୍ଷ ଧରି ଶାସନ କରୁଛି ଆପ୍ । ଏହି ସମୟ ଭିତରେ ସେଠାକାର ଶିକ୍ଷା ବ୍ୟବସ୍ଥାରେ ଆସିଛି ଆକାଶ ପାତାଳ ଫରକ । ପିଲାମାନେ ଘରୋଇ ସ୍କୁଲ କୁ ଛାଡ଼ି ଏବେ ସରକାରୀ ସ୍କୁଲ ଯିବାକୁ ମୁହାଁଇଲେଣି । କାରଣ ସରକାରୀ ସ୍କୁଲର ଶିକ୍ଷା ବ୍ୟବସ୍ଥା ଉନ୍ନତମାନର ହୋଇପାରିଛି । ବହି ପଢାଇବା ସହ ଲ୍ୟାବ୍ ଫେସିଲିଟି ଜ୍ଞାନ ମଧ୍ୟ ସରକାରୀ ଶିକ୍ଷାନୁଷ୍ଠାନରେ ଦିଆଯାଉଛି । ଅଭିଜ୍ଞ ଶିକ୍ଷକମାନଙ୍କ ଆଣି ଅଧିକ ଜ୍ଞାନ ଦେବାରେ ସଫଳ ହୋଇଛନ୍ତି କେଜ୍ରିୱାଲ ସରକାର । ସରକାରୀ ବିଦ୍ୟାଳୟରେ କିପରି ଭାବେ ଉନ୍ନତମାନର ଶିକ୍ଷା ଯୋଗାଇ ଦେଇହେବ ତାହା ଉପରେ ଅଧିକ ପ୍ରଧାନ୍ୟ ଦେଇଛନ୍ତି ଆପ୍ ସରକାର । ବେସରକାରୀ ଶିକ୍ଷାନୁଷ୍ଠାନ ଠାରୁ ଉନ୍ନତମାନର ଶିକ୍ଷା ସରକାରୀ ଶିକ୍ଷାନୁଷ୍ଠାନରେ ଯୋଗାଇ ଦିଆଯାଇପାରିବ ତାହା କେଜ୍ରିୱାଲ ସରକାର ପ୍ରମାଣିତ କରି ଦେଖାଇଛନ୍ତି । କେଳବ ସ୍ୱାସ୍ଥ୍ୟ ନୁହେଁ ଶିକ୍ଷାକୁ ମଧ୍ୟ କେଜ୍ରିୱାଲ ସରକାର ଦିଳ୍ଲୀରେ ଏକ ମଡେଲ ଭାବେ ତିଆରି କରିଛନ୍ତି ।

ସବୁ ରାଜ୍ୟରେ ବେସରକାରୀ ଶିକ୍ଷାନୁଷ୍ଠାନ ହୁ ହୁ ହୋଇ ବଢିଚାଲିଥିବା ବେଳେ ଆପ୍ ସରକାର ସରକାରୀ ଶିକ୍ଷାନୁଷ୍ଠାନକୁ ପ୍ରାଧାନ୍ୟ ଦେଇଛନ୍ତି, ଯେଉଁଥିପାଇଁ ଆପ୍ ଆଜି ଏତେ ଲୋକପ୍ରିୟ ହୋଇପାରିଛି । କିନ୍ତୁ ଓଡ଼ିଶାରେ ଦୀର୍ଘ ବର୍ଷ ଧରି ଶାସନ କରୁଥିବା ବିଜେଡି ସରକାର ଶିକ୍ଷାକୁ ମଧ୍ୟ ଘରୋଇକରଣ କରିବାକୁ ପଛାଇ ନାହାନ୍ତି । ଦିଲ୍ଲୀର ଏହି ଶିକ୍ଷା ମଡେଲକୁ ଏବେ ସବୁ ରାଜ୍ୟ ଅନୁସରଣ କରୁଥିବା ଜଣାପଡ଼ିଛି ।

Exit mobile version