ଶ୍ରୀକ୍ଷେତ୍ରରେ ଗଡିବ ‘ମୋ ବସ୍’

ଭୁବନେଶ୍ୱର (ଦ କୁଇଭର): ଭୁବନେଶ୍ୱର ଓ କଟକ ଭଲି ପୁରି ସହରରେ ଗଡିବ ମୋ ବସ୍ । ଏପ୍ରିଲ ୧ରୁ ‘ମୋ ବସ’ ସେବା ଆରମ୍ଭ ହେବା ନେଇ ସୂଚନା ମିଳିଛି । ପୁରୀରେ ୫୨ ଓ ୫୩ ନମ୍ବର ଦୁଇଟି ରୁଟ୍ ରେ ଗଡିବ ମୋ ବସ୍ । କ୍ୟାପିଟାଲ୍ ରିଜିଅନ୍ ସହରୀ ପରିବହନ (CRUT) ଉତ୍କଳ ଦିବସ ଅବସରରେ ତୀର୍ଥଯାତ୍ରୀ ଟାଉନ୍ ପୁରୀରେ ମୋବସ୍ ସେବା ଆରମ୍ଭ କରିବାକୁ ଯାଉଛି। ଏନେଇ CRUT  ଆଜି ଏହାର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ପ୍ରକାଶ କରିଛି ।

ଓଡିଶା ସରକାରଙ୍କ ଗୃହ ଏବଂ ନଗର ଉନ୍ନୟନ ବିଭାଗ ଅଧୀନରେ ଗଠିତ ବର୍ତ୍ତମାନ ସୁଦ୍ଧା ୩୧୦ ଟି ବସ୍ ଚଳାଚଳ ଚାଲିଛି ଏବେ ପୁରିରେ ମଧ୍ୟ ମୋ ବସ୍ ର ସୁବିଧା ପାଇବେ ପୁରୀ ବାସି ।

Leave a Reply

Your email address will not be published. Required fields are marked *