Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ଇମ୍ରାନ୍ ଶାସନର ଅନ୍ତିମ ଲଗ୍ନ ଆରମ୍ଭ: ୩୧ ମାର୍ଚ୍ଚରେ ହେବ ନିଷ୍ପତ୍ତି

ନୂଆଦିଲ୍ଲୀ (ଦ କୁଇଭର): ପ୍ରଧାନମନ୍ତ୍ରୀ ପୋଷ୍ଟକୁ ବଞ୍ଚାଇବା ପାଇଁ ଇମ୍ରାନ ଖାନଙ୍କ ଶେଷ ପ୍ରୟାସ । ପ୍ରଧାନମନ୍ତ୍ରୀ ପଦ ଖସିବାକୁ ଯାଉଥିବାବେଳେ ବାଉଳି ହେଲେଣି ଇମ୍ରାନ ଖାନ । ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ବିରୋଧରେ ଆଗତ ଅନାସ୍ଥା ପ୍ରସ୍ତାବ ସୋମବାର ନ୍ୟାସନାଲ ଆସେମ୍ବ୍ଲିରେ ଉପସ୍ଥାପନ କରାଯାଇଛି । ପିଏମଏଲ (ଏନ୍) ସଭାପତି ତଥା ବିରୋଧୀ ଦଳ ନେତା ଶାହବାଜ ସରିଫ୍ ଗୃହରେ ଏହି ପ୍ରସ୍ତାବ ଆଗତ କରିଥିଲେ ।

ଅପରପକ୍ଷରେ ଗୃହକୁ ମାର୍ଚ୍ଚ ୩୧ ପର୍ୟ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି । ଉକ୍ତଦିନ ଏହି ପ୍ରସ୍ତାବ ଉପରେ ବିତର୍କ କରାଯିବା ସହ ଭୋଟଗ୍ରହଣ କରାଯିବ ବୋଲି ଉପବାଚସ୍ପତି ସୂଚନା ଦେଇଛନ୍ତି । ଇମ୍ରାନ୍ ଶାସନକାଳରେ ଦେଶରେ ମୁଦ୍ରାସ୍ଫୀତି ଅତ୍ୟନ୍ତ ଦୟନୀୟ ହୋଇପଡିଥିବାବେଳେ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ଦିନକୁ ଦିନ ଆକାଶଛୁଆଁ ହେବାରେ ଲାଗିଛି । ଏଥିପାଇଁ ଇମ୍ରାନ୍ ସରକାର ଦାୟୀ ବୋଲି ଅଭିଯୋଗ କରି ବିରୋଧୀ ଦଳଗୁଡିକ ଏହି ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ ।

ତେବେ ପ୍ରଥମ ଦିନରେ କେତେକ ଦିବଙ୍ଗତ ସାଂସଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯିବାପରେ ଗୃହକୁ ୨୮ ପର୍ୟ୍ୟନ୍ତ ମୁଲତବୀ ଘୋଷଣା କରାଯାଇଥିଲା । ଏହି ସଙ୍କଟରୁ ଇମ୍ରାନଙ୍କ ସରକାର ମୁକୁଳିବା କଷ୍ଟକର ହୋଇପଡିଛି । ଇତିମଧ୍ୟରେ ଇମ୍ରାନ୍ ସରକାରଙ୍କ ୩ଟି ସହଯୋଗୀ ଦଳ ଏମ୍କ୍ୟୁଏମ୍-ପି, ପିଏମ୍ଏଲ-କ୍ୟୁ ଓ ବିଏପି ମେଣ୍ଟରୁ ଓହରିଯାଇ ଅନାସ୍ଥା ପ୍ରସ୍ତାବ ସପକ୍ଷରେ ଭୋଟ ଦେବେ ବୋଲି ଘୋଷଣା କରିସାରିଛନ୍ତି ।

୩୪୨ ସଦସ୍ୟ ବିଶିଷ୍ଟ ଗୃହରେ ଅନାସ୍ଥା ପ୍ରସ୍ତାବ ଗୃହୀତ ହେବାକୁ ୧୭୨ ସାଂସଦଙ୍କ ଭୋଟ୍ ଜରୁରୀ । ସୋମବାର (ମାର୍ଚ୍ଚ ୨୮) ରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଜାତୀୟ ବିଧାନସଭାରେ ଆତ୍ମବିଶ୍ୱାସର ଏକ ପ୍ରସ୍ତାବକୁ ପାକିସ୍ତାନର ବିରୋଧୀ ଦଳ ଶେଷରେ ଟେବୁଲ କରିବାରେ ସକ୍ଷମ ହୋଇଥିଲେ। ଏହି ସଂକଳ୍ପ ଉପରେ ବିତର୍କ ମାର୍ଚ୍ଚ ୩୧ ରେ ଆରମ୍ଭ ହେବାକୁ ଯାଉଛି, ଯେତେବେଳେ ଗୃହ ପୁନର୍ବାର ବସିବ । ତେବେ ଏଠି ପ୍ରଶ୍ନ ଉଠୁଛି ଆଗକୁ କିଏ ହେବ ପାକ୍ ପ୍ରଧାନମନ୍ତ୍ରୀ ।

Exit mobile version