ବିନ ଦାଢିରେ ‘NO-ENTRY’: ଚାଲିଯିବ ଚାକିରି

(ଦ କୁଇଭର): ତାଲିବାନୀଙ୍କ ନୂଆ ଆଇନ । ବିନା ଦାଢିରେ ଅଫିକୁ ନୋ-ଏଣ୍ଟ୍ରି । ଦାଢି ରଖିନ ଥିଲେ ସାରକାରୀବାବୁଙ୍କ ଚାଲିଯିବ ଚାକିରି । ଆଫଗାନିସ୍ତାନରେ ଲୋକେ ତାଲିବାନୀ ଶାସନ ପ୍ରଣାଳୀକୁ ନେଇ ଅତ୍ୟନ୍ତ କ୍ଷୁବ୍ଧ ତଥା ଅସନ୍ତୁଷ୍ଟ ଅଛନ୍ତି। ଦେଶରେ ତାଲିବାନୀ ଶାସନ ଆସିବା ପରଠାରୁ ଲଗାତାର କଠୋରବାଦୀ ଆଦେଶ ଜାରି ହୋଇ ଚାଲିଛି। ଏହାରି ଭିତରେ ତାଲିବାନ ଆଉ ଏକ ନୂଆ ଆଦେଶ ଜାରି କରିଛି ।

ଏହି ଆଦେଶ ମୁତାବକ, ଏଣିକି ସମସ୍ତ ସରକାରୀ କର୍ମଚାରୀଙ୍କୁ ଦାଢ଼ି ବଢ଼ାଇବାକୁ ହେବ ଏବଂ ଧାର୍ୟ୍ୟ ଡ୍ରେସ୍ କୋଡ୍ ନିୟମ ପାଳନ କରିବାକୁ ପଡ଼ିବ ଏଥିସହ ପଗଡ଼ି ପିନ୍ଧିବା ବାଧ୍ୟତାମୂଳକ ବୋଲି ନିର୍ଦ୍ଧେଷ ଦିଆଯାଇଛି । ସମସ୍ତେ ଠିକ୍ ସମୟରେ ନମାଜ ପଢ଼ିବାକୁ ମଧ୍ୟ କୁହାଯାଇଛି।
ଏକ ରିପୋର୍ଟ ଅନୁସାରେ, ଯଦି କେହି କର୍ମଚାରୀ ଏହି ଆଦେଶ ପାଳନ ନ କରନ୍ତି, ତେବେ ତାଙ୍କୁ ଅଫିସରେ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ। ଏଥି ସହିତ ସେମାନଙ୍କୁ ଚାକିରିରୁ ମଧ୍ୟ ବହିଷ୍କାର କରି ଦିଆଯାଇପାରେ। ଏନେଇ ଜାତୀୟଗଣମାଧ୍ୟମ ପକ୍ଷରୁ ସୂଚନା ମିଲିଛି ।

ଏହାକୁ ନେଇ ସମ୍ବନ୍ଧିତ ମନ୍ତ୍ରାଳୟର ପ୍ରତିନିଧିମାନେ ସରକାରୀ ଅଫିସ୍ଗୁଡ଼ିକର ଗେଟ୍ ପାଖରେ ପାଟ୍ରୋଲିଂ କରୁଛନ୍ତି। ଯେପରି ଜଣାପଡ଼ିବ ଯେ କର୍ମଚାରୀମାନେ ନିୟମ ପାଳନ କରୁଛନ୍ତି କି ନାହିଁ । ଗତ ସପ୍ତାହରେ ତାଲିବାନ ମହିଳାମାନଙ୍କ ପାଇଁ ଏକ କଡ଼ା ପ୍ରତିବନ୍ଧକ ଲଗାଇଥିଲା। ଏହା ଅନୁସାରେ, ସେମାନେ ପୁରୁଷ ଅଭିଭାବକଙ୍କ ବିନା ବିମାନରେ ବସି ପାରିବେ ନାହିଁ। ଏପରି କି, ପାର୍କଗୁଡ଼ିକରେ ମହିଳା ଏବଂ ପୁରୁଷ ଏକ ସାଥୀରେ ବୁଲିବା ଉପରେ ମଧ୍ୟ ରୋକ୍ ଲଗାଇ ଦିଆଯାଇଥିଲା। ଉଭୟଙ୍କ ପାଇଁ ଅଲଗା ଅଲଗା ଦିନ ଧାର୍ୟ କରାଯାଇଛି। ସେହିପରି ବିବାହିତ ଦମ୍ପତି ଏବଂ ପରିବାର ଲୋକେ ମଧ୍ୟ ଏକାଠି ଯାଇ ପାରିବେ ନାହିଁ ।

Leave a Reply

Your email address will not be published. Required fields are marked *