Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ଭାରତର ପ୍ରଥମ ହାଇଡ୍ରୋଜେନ୍ କାରରେ ସଂସଦ ପହଞ୍ଚିଲେ ନୀତିନ ଗଡକରୀ

ନୂଆଦିଲ୍ଲୀ (ଦ କୁଇଭର): କେନ୍ଦ୍ର ସଡକ ପରିବହନ ଏବଂ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ଆଜି ସବୁଜ ହାଇଡ୍ରୋଜେନ ସଜ୍ଜିତ କାରରେ ସଂସଦରେ ପହଞ୍ଚିଛନ୍ତି। ଉନ୍ନତ ଇନ୍ଧନ ସେଲ୍ ସହିତ ଏହା ଏକ ଉନ୍ନତ କାର୍ । ଏହି କାର୍ ଆଡଭାନ୍ସ ସେଲ୍ ଅମ୍ଳଜାନ ଏବଂ ହାଇଡ୍ରୋଜେନର ମିଶ୍ରଣରୁ ବିଦ୍ୟୁତ୍ ଉତ୍ପାଦନ କରେ ଏବଂ ତା’ପରେ ଏହି କାର୍ ଚାଲିଥାଏ । ଏହି କାରରେ କେବଳ ଜଳ ନିର୍ଗମନ ଆକାରରେ ବାହାରିଥାଏ ।

ଏହି ଉନ୍ନତ କାର ମାଧ୍ୟମରେ ନିତିନ ଗଡକରୀ ଏହି ବାର୍ତ୍ତା ଦେବାକୁ ଚାହୁଁଛନ୍ତି ଯେ ଭାରତର ପରିବହନ ବ୍ୟବସ୍ଥାରେ ଏକ ବୈପ୍ଳବିକ ପରିବର୍ତ୍ତନ ଆସୁଛି କାରଣ ଏହି କାର ପରିବେଶ ପ୍ରତି କୌଣସି କ୍ଷତି ପହଞ୍ଚାଇବ ନାହିଁ ଏବଂ କକୌଣସି ପ୍ରକାର ପ୍ରଦୂଷଣ ସୃଷ୍ଟି କରେ ନାହିଁ। ଅପରପକ୍ଷେ, ପେଟ୍ରୋଲ ଏବଂ ଡିଜେଲ କାର ଅଧିକ ପ୍ରଦୂଷଣର କାରଣ ହୋଇଥାଏ ।

ଟୟୋଟା କମ୍ପାନୀର ପାଇଲଟ୍ ପ୍ରୋଜେକ୍ଟ ଅଧୀନରେ ଏହି ଉନ୍ନତ କାର୍ ତିଆରି କରାଯାଇଛି ଏବଂ ସଂସଦରେ ପହଞ୍ଚିବା ପରେ ଏହି କାର୍ ଲୋକଙ୍କ ମଧ୍ୟରେ ଆକର୍ଷଣର କେନ୍ଦ୍ର ପାଲଟିଛି । ଏହି କାରର ନାମ ହେଉଛି ‘ମିରାଇ’, ଯାହାର ହିନ୍ଦୀରେ ଅର୍ଥ ଭବିଷ୍ୟତ । ଏହି କାର ବିଷୟରେ ନିତିନ ଗଡକରୀ କହିଛନ୍ତି ଯେ, ଆତ୍ମନିର୍ଭରଶୀଳ ହେବା ପାଇଁ ଆମେ ଗ୍ରୀନ୍ ହାଇଡ୍ରୋଜେନକୁ ଉପସ୍ଥାପନ କରିଛୁ ଯାହା ଜଳରୁ ଉତ୍ପନ୍ନ ହୋଇଥାଏ । ଏହି କାରଟି ଏକ ପାଇଲଟ୍ ପ୍ରୋଜେକ୍ଟ । ବର୍ତ୍ତମାନ ଦେଶରେ ସବୁଜ ହାଇଡ୍ରୋଜେନ ଉତ୍ପାଦନ ଆରମ୍ଭ ହେବ ଏବଂ ଆମଦାନୀ ବନ୍ଦ ହୋଇଯିବ । ଏହା ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।

ଗଡକରୀ କହିଛନ୍ତି ଯେ, ଭାରତ ସରକାର ୩୦୦୦ କୋଟି ଟଙ୍କାର ମିଶନ ଆରମ୍ଭ କରିଛନ୍ତି ଏବଂ ଶୀଘ୍ର ଆମେ ଏକ ହାଇଡ୍ରୋଜେନ ରପ୍ତାନିକାରୀ ଦେଶ ହୋଇଯିବା। ଦେଶରେ ଯେଉଁଠାରେ କୋଇଲା ବ୍ୟବହାର କରାଯାଏ, ସବୁଜ ହାଇଡ୍ରୋଜେନ ବ୍ୟବହାର କରାଯିବ ।

Exit mobile version