ଶ୍ରୀମନ୍ଦିର କରିଡର ପ୍ରକଳ୍ପ: ଅଧାରେ ଝୁଲିବ କି ନବୀନଙ୍କ ସ୍ୱପ୍ନ ?

ଭୁବନେଶ୍ୱର (ଦ କୁଇଭର): ଅଧାରେ ଝୁଲିବ କି ନବୀନଙ୍କ ସ୍ୱପ୍ନ? ଭାଙ୍ଗଯିବ କି ସ୍ୱପ୍ନର ଚିତ୍ର? ଅଧାରୁ ବନ୍ଦ ହୋଇଯିବ କି ଅବଢା ଯୋଜନା? ଆଇନକୁ ଅନୁଶୀଳନ କଲେ ଏହା ବୁଝାପଡ଼ୁଛି । ଯଦି ଆଇନକୁ ଧରାଯାଏ, ତେବେ ଏହି ପ୍ରକଳ୍ପ ହେଉଛି ଅବୈଦ୍ଧ । କାରଣ ଐତିହ୍ୟ ସଂରକ୍ଷଣ ଆଇନ ଅନୁଯାୟୀ, କୌଣସି ସଂରକ୍ଷିତ ଐତିହ୍ୟ ସ୍ଥାନର ୧୦୦ ମିଟର ପରିଧି ଭିତରେ କୌଣସି ନିର୍ମାଣ କାର୍ଯ୍ୟ କରାଯାଇ ପାରିବ ନାହିଁ । ଆଉ ୩୦୦ ମିଟର ମଧ୍ୟରେ ଯଦି କିଛି କାର୍ଯ୍ୟ କରାଯାଏ, ସେଥିପାଇଁ ଏଏସଆଇ, ଏନଏମଏର ଅନୁମୋଦନ ନିହାତି ଆବଶ୍ୟକ । ଆଉ ୨୦ ହଜାର ବର୍ଗମିଟରରୁ ଅଧିକ ପ୍ରକଳ୍ପ ହେଲେ ସେଥିପାଇଁ ପିସିବିର ଅନୁମୋଦନ ଆବଶ୍ୟକ । କିନ୍ତୁ ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ରାଜ୍ୟ ସରକାର ଆରମ୍ଭ କରିଥିବା ଐତିହ୍ୟ କରିଡର କାର୍ଯ୍ୟ ପାଇଁ କୌଣସି ଅନୁମୋଦନ ମିଳିନାହିଁ । ଯଦିଓ ରାଜ୍ୟ ସରକାର ଏଥିପାଇଁ ଆବେଦନ କରିଛନ୍ତି କିନ୍ତୁ ତାହା ବର୍ତ୍ତମାନ ସୁଦ୍ଧା ବିଚରାଧୀନ ରହିଛି ।

ବର୍ତ୍ତମାନ ଏହି ପ୍ରସଙ୍ଗ ବିବାଦୀୟ ହୋଇଛି । ବିଧାନସଭାରେ ଏହି ପ୍ରସଙ୍ଗକୁ ନେଇ ଗୋଳମାଳ କଲେଣି । ଘଟଣା ସେତିକିରେ ଅଟକିନି, ଭୁବନେଶ୍ୱର ସାଂସଦ ଅପରାଜିତା ସଢଙ୍ଗୀ ଦିଲ୍ଲୀରେ ଏଏସଆଇ ଡିଜିଙ୍କୁ ଭେଟି ପ୍ରକଳ୍ପକୁ ବେଆଇନ ବୋଲି କହଲେଣି । ଏପରିକି ନବୀନଙ୍କ ସ୍ୱପ୍ନକୁ ଲୋକସଭାରେ ଉଠାଇବେ ବୋଲି କହିଛନ୍ତି । ଯଦି ଆଇନର ଅନୁଶୀଳନ ବା ତର୍ଜମା କରାଯାଏ, ତେବେ ଏହି ପ୍ରକଳ୍ପକୁ ନେଇ ଅନେକ ପ୍ରଶ୍ନ ଉଠିବ । ଏବଂ ଏହାକୁ ଅନୁଶୀଳନ କଲେ ବର୍ଷ ବର୍ଷ ବିତିଯିବ । ଏଥିପାଇଁ ଆମେ କହୁଛୁ ଅଧାରେ ଝୁଲିବ କି ନବୀନଙ୍କ ସ୍ୱପ୍ନ?

ଶ୍ରୀମନ୍ଦିରର ବିକାଶ ଏବଂ ଭକ୍ତ ଓ ସେବାୟତଙ୍କ ସୁବିଧା ପାଇଁ ପ୍ରସ୍ତୁତ ହୋଇଥିବା ଏହି ଐତିହ୍ୟ କରିଡର ପ୍ରକଳ୍ପ କାର୍ଯ୍ୟ ଜାରି ରହିଛି । ମେଘନାଦ ପ୍ରାଚୀର ପାଶ୍ୱର୍ରେ ବଡ଼ ବଡ଼ ମେସିନ୍ ଦ୍ୱାରା ବିରାଟ ବିରାଟ ଗର୍ତ୍ତ କରି ପ୍ରକଳ୍ପ କାର୍ଯ୍ୟ ଚାଲିଛି । ଯାହା ବର୍ତ୍ତମାନ ବିବାଦ ଘେରକୁ ଆସିଛି । ଏହି ପ୍ରକଳ୍ପ ଦ୍ୱାରା ବଡ଼ ଦେଉଳ ପ୍ରତି ବିପଦ ଥିବା ଅଭିଯୋଗ ହେଉଛି । ଏହି ପ୍ରକଳ୍ପ ସରକାରୀ ଆଇନକୁ ସମ୍ପୂର୍ଣ୍ଣଭାବେ ଦଳମକଚି ଦେଇଛି । ତେଣୁ ବିନା କୌଣସି ଅନୁମତିରେ ସରକାର କିପରି ଏହି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କଲେ ତାହା ଏବେ ପ୍ରଶ୍ନବାଚୀ । ଆଇନ ଅନୁଯାୟୀ, ଏହି ପ୍ରକଳ୍ପ ଅଧାରୁ ବନ୍ଦ ହୋଇଯିବନି ତ?

Leave a Reply

Your email address will not be published. Required fields are marked *