Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ଶ୍ରୀଲଙ୍କାରେ ଆଜିଠୁ ଜଳିବନି ଷ୍ଟ୍ରୀଟ୍ ଲାଇଟ୍

(ଦ କୁଇଭର ବ୍ୟୁରୋ): ଭାରତର ଅନ୍ୟତମ ପଡୋଶୀ ରାଷ୍ଟ୍ର ଶ୍ରୀଲଙ୍କା ବର୍ତ୍ତମାନ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ଦେଶରେ ବିଦେଶୀ ମୁଦ୍ରା ଗଚ୍ଛିତ ନଥିବାରୁ ଶ୍ରୀଲଙ୍କା ଅର୍ଥନୀତି ଏକପ୍ରକାର ଭୁଶୁଡି ପଡିଛି । ଲୋକେ ଖାଇବାକୁ ପାଉନଥିବାବେଳେ ଅତ୍ୟାବଶ୍ରକ ସାମଗ୍ରୀର ମୂଲ୍ୟ ଆକାଶଛୁଆଁ ହେବାରେ ଲାଗିଛି । ବିଜୁଳି ଶକ୍ତିର ଘୋର ଅଭାବ ଏହି ସମସ୍ୟାକୁ ଦ୍ୱିଗୁଣିତ କରିଛି । ଶ୍ରୀଲଙ୍କା ସରକାର ପୂର୍ବରୁ ଦୈନିକ ୧୦ ଘଣ୍ଟା ବିଦ୍ୟୁତ୍ କାଟ୍ ଘୋଷଣା କରିସାରିଥିବାବେଳେ ଆଜିଠାରୁ ସନ୍ଧ୍ୟାପରେ କୌଣସି ଷ୍ଟ୍ରୀଟ୍ ଲାଇଟ୍ (ରାସ୍ତା ଆଲୁଅ) ଜଳିବନି ବୋଲି ସାନି ନିଷ୍ପତ୍ତି ନେଇଛନ୍ତି ।

ଫଳରେ ଦେଶର ପ୍ରାୟ ୨.୨କୋଟି ଲୋକ ନର୍କ ଅବସ୍ଥା ଭୋଗୁଛନ୍ତି । ବିଦେଶରୁ ଡିଜେଲ କିଣିବା ସମ୍ଭବ ହେଉନଥିବାରୁ ଶ୍ରୀଲଙ୍କାର ପ୍ରାୟ ସବୁ ପେଟ୍ରୋଲ ପମ୍ପ ଖାଲି ପଡିଛି । ଜଳବିଦ୍ୟୁତ୍ ଓ ତାପଜ ବିଦ୍ୟୁତ୍ କେନ୍ଦ୍ରଗୁଡିକ ଏକପ୍ରକାର ଅଚଳାବସ୍ଥାରେ ପହଞ୍ଚିଛି । ବିଦ୍ୟୁତ୍ କାଟ୍ ଯୋଗୁଁ ସରକାରୀ, ବେସରକାରୀ କାର୍ୟ୍ୟାଳୟ, ବ୍ୟାଙ୍କ୍, ଶିକ୍ଷାନୁଷ୍ଠାନ, ଡାକ୍ତରଖାନା ଇତ୍ୟାଦିରେ କର୍ମଚାରୀ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

Exit mobile version