(ଦ କୁଇଭର): ଆଜି ଉତ୍କଳ ଦିବସ। । ୮୬ ତମ ପ୍ରତିଷ୍ଠା ଦିବସ ପାଳନ କରୁଛି ସାରା ରାଜ୍ୟ, ଯାହାକୁ ‘ଉତ୍କଳ ଦିବସ’ କୁହାଯାଏ । ଆଜି ହେଉଛି ଓଡିଶା ଜାତିର ଗର୍ବ ଗୌରବର ଦିବସ । ୧୯୩୬ ମସିହାରେ ଆଜିର ଦିନରେ ଭାଷା ଭିତ୍ତିରେ ସ୍ୱତନ୍ତ୍ର ରାଜ୍ୟ ହେବାରେ ଓଡିଶା ପ୍ରଥମ । ଅନ୍ୟ ରାଜ୍ୟ ପରି ଓଡ଼ିଶା ମଧ୍ୟ ସ୍ବାଧୀନତା ପରେ ଭାରତ ସରକାରଙ୍କୁ ନିଜର ଶକ୍ତି ପ୍ରଦାନ କରିଥିଲା। ଚଳିତ ବର୍ଷ ମହା ଆଡମ୍ବରରେ ପାଳନ ହେଉଛି ଉତ୍କଳ ଦିବସ ।

ସାରା ରାଜ୍ୟରେ ସାମୂହିକ ଭାବେ ବନ୍ଦେ ଉତ୍କଳ ଜନନୀ ଗାନ କରି ଏହି ଉତ୍ସବକୁ ପାଳନ କରୁଛନ୍ତି ରାଜ୍ୟବାସୀ । ପ୍ରାୟ ପାଞ୍ଚ ଶହ ବର୍ଷ ସୀମାହୀନ, ଜାତିହୀନ ଓ ଭାଷାହୀନ ଅବସ୍ଥାରେ ଖଣ୍ତ-ବିଖଣ୍ତିତ ହୋଇ ରହିବା ପରେ, ଓଡ଼ିଶାର ବରପୁତ୍ରଙ୍କ ପାଇଁ ଏହି ଦିନରେ ଓଡ଼ିଶା ଏକତ୍ର ହୋଇଥିଲା । ଏହି ଦିନକୁ ମନେ ପକାଇବା ପାଇଁ ପ୍ରତିବର୍ଷ ଏପ୍ରିଲ ୧କୁ ଉତ୍କଳ ଦିବସ ଭାବେ ପାଳନ କରାଯାଉଛି ।

ଓଡ଼ିଆ ଭାଷା ମଧ୍ୟ ଶାସ୍ତ୍ରୀୟ ମାନ୍ୟତା ପାଇଛି। ଓଡ଼ିଆ ଲୋକେ ନିଜର ପ୍ରତିଭା, ଦକ୍ଷତା, ସାହସ ଦେଶ ତଥା ବିଦେଶରେ ପ୍ରମାଣିତ କରିଛନ୍ତି। ତେଣୁ ଆଜି ପ୍ରତିଟି ଓଡ଼ିଶାବାସୀ କୁହେଁ ମୁଁ ଓଡ଼ିଆ। ଏହି ଉତ୍କଳ ଦିବସର ବିଶେଷ ଅବସରରେ ଓଡ଼ିଶାର ଜନସାଧାରଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶର ପ୍ରଗତିରେ ଓଡ଼ିଆ ଲୋକମାନେ ଉଲ୍ଲେଖନୀୟ ଯୋଗଦାନ ଦେଉଛନ୍ତି ଏବଂ ଓଡିଆ ସଂସ୍କୃତି ସର୍ବଭାରତୀୟ ସ୍ତରରେ ପ୍ରଶଂସିତ । ଓଡ଼ିଶାର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି ବୋଲି ଓଡିଆରେ ଟ୍ୱିଟ୍ କରି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଏଥିସହ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ ଉତ୍କଳ ଦିବସ ଅବସରରେ ରେ ରାଜ୍ୟବାସୀଙ୍କୁ ମୋର ଶୁଭେଚ୍ଛା ଓ ଶୁଭକାମନା । ଓଡିଶା ମାଟିରେ ଜଗନ୍ନାଥ, ଲିଙ୍ଗରାଜ, କୋଣାର୍କ ଭଳି ଐତିହ୍ୟଭରି ରହିଛି । ସାରା ବିଶ୍ୱକୁ ଓଡିଶା ଶାନ୍ତି ଏବଂ ଭଳପାଇବାର ବାର୍ତ୍ତା ଦେଉଛି ବୋଲି ଟ୍ୱିଟ୍ କରି କହିଛନ୍ତି ରାଷ୍ଟ୍ରପତି ।

Leave a Reply

Your email address will not be published. Required fields are marked *