ମାନସ ହତ୍ୟା ମାମଲା: ସତ ମାନିଲେ ନିରଞ୍ଜନ

ଭୁବନେଶ୍ୱର (ଦ କୁଇଭର): ସତ ମାନିଲେ ନିରଞ୍ଜନ । ମାନସ ହତ୍ୟା ମାମଲାର ତଦନ୍ତ ଅଗ୍ରଗତି ନେଇ କ୍ରାଇମବ୍ରାଞ୍ଚର ସୂଚନା । ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ନିରଞ୍ଜନ ସେଠୀ ସତ ମାନିଥିବା ସୂଚନା । ତଦନ୍ତରେ ସହଯୋଗ କରୁଥିବା ଓ ସତ ମାନିଥିବା କହିଲା କ୍ରାଇମବ୍ରାଞ୍ଚ । ଫେବୃଆରୀ ୭ ସଂଧ୍ୟାରେ ସମ୍ପୂର୍ଣ୍ଣା ଅଫିସ ଆସିଥିଷଳ ନିରଞ୍ଜନ । ସେତେବେଳେ ଶର୍ମିଷ୍ଠା, ଝୁନା, ଝୁନାର ସ୍ୱାମୀ ଓ ରାଜ୍ ସେଠାରେ ଥିଲେ । ଜଣେ କମ୍ପ୍ୟୁଟର ଅପରେଟର ଓ ଶର୍ମିଷ୍ଠାର ଭାଉଜ ମଧ୍ୟ ଥିଲେ । ଦୟାଲ ଆଶ୍ରମରୁ ମାନସଙ୍କୁ ସମ୍ପୂର୍ଣ୍ଣା ଅଫିସକୁ ଅଣାଯାଇଥିଲା । ସେଠାରେ ମାନସଙ୍କୁ ମଧ୍ୟ ନିରଞ୍ଜନ ପିଟିଥିଲେ: କ୍ରାଇମବ୍ରାଞ୍ଚ । ରାତି ୧୦ଟା ବେଳକୁ ନିରଞ୍ଜନ ସମ୍ପୂର୍ଣ୍ଣ ଅଫିସରୁ ଚାଲିଯାଇଥିଲେ ।

ଅନ୍ୟପଟେ ପରଦିନ ପ୍ରଶାନ୍ତି ବିହାର ସ୍ଥିତ ନିରଞ୍ଜନଙ୍କ ଘରକୁ ଆସିଥିଲେ ଶର୍ମିଷ୍ଠା । ଶର୍ମିଷ୍ଠାଙ୍କୁ ସେ ୧୦ ହଜାର ଟଙ୍କା ଓ କାଳିଆପାଣି ଯିବାକୁ କାର୍ କରାଇଥିଲେ । ଆଜି ଶର୍ମିଷ୍ଠା ଓ ନିରଞ୍ଜନଙ୍କୁ ଧରି ସ୍ପଟ୍କୁ ନେଇଥିଲା କ୍ରାଇମବ୍ରାଞ୍ଚ । ସେଠାରେ ନିରଞ୍ଜନ ତଦନ୍ତକାରୀ ଟିମକୁ ଡେମୋ ଦେଖାଇଥିଲେ ।

Leave a Reply

Your email address will not be published. Required fields are marked *