ମାନସ ସ୍ୱାଇଁ ହତ୍ୟା: ଚାନ୍ଦବାଲି କୋର୍ଟରେ ୪ ଅଭିଯୁକ୍ତ

ଚାନ୍ଦବାଲି (ଦ କୁଇଭର): ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ଶର୍ମିଷ୍ଠାଙ୍କ ସମେତ ୪ ଅଭିଯୁକ୍ତଙ୍କୁ ଚାନ୍ଦବାଲି କୋର୍ଟରେ ହାଜର କରିଛି କ୍ରାଇମବ୍ରାଞ୍ଚ । ପୁଣି ଥରେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେବାକୁ କ୍ରାଇମବ୍ରାଞ୍ଚ ଆବେଦନ କରିବ ବୋଲି ସୂଚନା ମିଳୁଛି। ମାମଲାରେ ଅଧିକ ତଦନ୍ତର ଆବଶ୍ୟକତା ଥିବାରୁ ୫ ଦିନିଆ ରିମାଣ୍ଡ ନେବାକୁ କ୍ରାଇମବ୍ରାଞ୍ଚ ଆବେଦନ କରିବ ବୋଲି ସୂଚନା ମିଳିଛି । ସେପଟେ ଯାଞ୍ଚ ବେଳେ ଶର୍ମିଷ୍ଠାଙ୍କ ଘରୁ ମିଳିଥିବା ନିରଞ୍ଜନଙ୍କ ଡାଏରୀକୁ ନେଇ ତଦନ୍ତ କରାଯିବ ।

ଗତକାଲି ରିମାଣ୍ଡର ଶେଷ ଦିନରେ ସଂପୂର୍ଣ୍ଣ ୱେବ ପୋର୍ଟାଲ ଅଫିସକୁ ଶର୍ମିଷ୍ଠା ରାଉତ ଓ ନିରଞ୍ଜନ ସେଠୀଙ୍କୁ ନେଇ ଅଧିକ ତଥ୍ୟ ଆଦାୟ କରିଥିଲା କ୍ରାଇମବ୍ରାଞ୍ଚ । ଶର୍ମିଷ୍ଠା ରାଉତଙ୍କ ବେଡରୁମରୁ ନିରଞ୍ଜନ ସେଠୀଙ୍କ ଏକ ବ୍ୟକ୍ତିଗତ ଡାଏରୀ ମିଳିଥିଲା । ଏହି ଡାଏରୀରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଥିବା ଅନୁମାନ କରାଯାଉଛି । କ୍ରାଇମବ୍ରାଞ୍ଚ ହାତରେ କିଛି ସୁରାଗ୍ ମିଳିଥିବା କୁହାଯାଉଛି । ଯାହାର ତଦନ୍ତ ପାଇଁ ପୁଣି ଥରେ ରିମାଣ୍ଡରେ ଆଣିବ କ୍ରାଇମବ୍ରାଞ୍ଚ ।

Leave a Reply

Your email address will not be published. Required fields are marked *