କାହିଁକି ଏତେ ବିଭ୍ରାନ୍ତ ପିନାକୀ ?

ଭୁବନେଶ୍ୱର (ଦ କୁଇଭର): କାହିଁକି ଏତେ ବିଭ୍ରାନ୍ତ ପିନାକୀ? କାହିଁକି ତାଙ୍କ କଥାରେ ରହୁନି ତାଳମେଳ? ସେ ଏତେ ବିଭ୍ରାନ୍ତ ଯେ, ନିଜକୁ ନିଜେ ଚ୍ୟାଲେଞ୍ଚ କରୁଛନ୍ତି । ଜଣେ ପରିପକ୍ୱ ସାଂସଦ ଭାବେ ବେଶ ନା ରହିଛି ପିନାକୀଙ୍କ, ହେଲେ ତାଙ୍କ କଥାରେ ଏ ଅସଙ୍ଗତି କାହିଁକି? ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କର ଭୟ ନା ନିଜ ଭୁଲ୍ ରେ ପ୍ୟାଚ୍ ପକାଇବା ପାଇଁ ତାଙ୍କର ଏ ପ୍ରଳାପ । ଏକଥା ଆମେ କହିବାର ବେଶ ତାତ୍ପର୍ଜ୍ୟ ରହିଛି । କାରଣ ସଂସଦ ବାହାରେ ଓ ଭିତରେ ସେ ଯେଉଁ କଥା କହିଛନ୍ତି ସେଥିରେ ସେ କେତେ ବିଭ୍ରାନ୍ତ ତାହା ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ।

ଯଦି ସଂସଦରେ କହୁଛନ୍ତି ୪ଟି ଶୌଚାଳୟ ଛଡ଼ା ଆଉ କିଛି ନିର୍ମାଣ ହେଉନାହିଁ, ତେବେ ସଂସଦ ବାହାରେ ଏତେ ପ୍ରକଳ୍ପର ନା କେମିତି କହିଲେ? ଏଠାରେ ପ୍ରଶ୍ନ ଉଠୁଛି, ସଂସଦ ଭିତରେ ନା ବାହାରେ ସତ କହିଛନ୍ତି ପିନାକୀ, ତାହା ସେ ନିଜେ ଉପଲବ୍ଧି କରନ୍ତୁ । ଦ୍ୱିତୀୟ ପ୍ରସଙ୍ଗ ହେଉଛି, ସଂସଦର ବାହାରେ କହିଛନ୍ତି, ସମୟ ଅଭାବରୁ ସେ ଗୃହରେ ପ୍ରକଳ୍ପ ସମ୍ପର୍କିତ ସବୁ ତଥ୍ୟ ଦେଇପାରିଲେ ନାହିଁ ।

ଏଥିରୁ ପିନାକୀ ନିଜେ ବୁଝିପାରିବେ, ଗୃହରେ ରଖିଥିବା ବକ୍ତବ୍ୟରେ ପ୍ରକଳ୍ପ ସମ୍ପର୍କରେ କେତେ ପଦ ଓ ନବୀନଙ୍କ ସମ୍ପର୍କରେ କେତେପଦ କହିଛନ୍ତି? ନବୀନଙ୍କ ଉପରେ ଜଗନ୍ନାଥଙ୍କ ଉପରେ ଆଶୀର୍ବାଦ ରହୁ, ତାହା ରାଜ୍ୟବାସୀ ଚାହୁଁଛନ୍ତି । ପଞ୍ଚାୟତ ଓ ପୌର ନିର୍ବାଚନରେ ପ୍ରମାଣ ବି କରିଦେଇଛନ୍ତି । ହେଲେ ପିନାକୀ କ’ଣ ଗୃହରେ ଏକଥା କହିବା ଜରୁରୀ ଥିଲା? ପ୍ରକଳ୍ପ ବିଷୟରେ କହିବାକୁ ସମୟ ନଥିଲା କିନ୍ତୁ ନବୀନଙ୍କ ଗୁଣଗାନ କରିବାକୁ ସମୟ ଥିଲା ।

ଅନ୍ୟପଟେ ଏଠାରେ ଆଉ ଗୋଟିଏ ପ୍ରଶ୍ନ ଏବେ ବେଶ ଚର୍ଚ୍ଚାରେ । ଶ୍ରୀଜଗନ୍ନାଥ କରିଡର ପ୍ରକଳ୍ପ ହେଉଛି ନବୀନଙ୍କ ସ୍ୱପ୍ନ । ସେଥିରେ ସେ ଅନେ କିଛି ଦେଖିଛନ୍ତି । ପିନାକୀ ସେଠାରେ ୪ଟି ଶୌଚାଳୟ ହେଉଥିବା କହି ନବୀନଙ୍କ ସ୍ୱପ୍ନକୁ କଦର୍ଥ କରିନାହାନ୍ତି ତ? ପ୍ରସ୍ତାବିତ କରିଡରରେ ଉପଯୁକ୍ତ ଓ ଆଇନ ସମ୍ମତ ପ୍ରକଳ୍ପକୁ କେହି ବିରୋଧ କରିବେ ନାହିଁ, ହେଲେ ପିନାକୀ ଏହାକୁ ସାଂସଦ ଯେଉଁଭଳି ଭାବେ ଉପସ୍ଥାପନ କରିଛନ୍ତି, ତାହା ଦ୍ୱାରା ତାଙ୍କ ଭାବମୂର୍ତ୍ତୀ ପ୍ରଶ୍ନବାଚୀକୁ ଆସିଛି । ସଂସଦରେ ପିନାକୀ କଳା ସତ କହିବା ପରେ ପୁଣି ବାହାରେ କିପରି ଚ୍ୟାଲେଞ୍ଜ ସାହସ କଲେ? ପିନାକୀ ବାବୁଙ୍କ ଭଳି ଜଣେ ବରିଷ୍ଠ ସାଂସଦଙ୍କ ଠାରୁ ଏଭଳି ଏକ ଅପରିପକ୍ୱ ଚ୍ୟାଲେଞ୍ଜ ଆଶା କରାଯାଉନାହିଁ ।

Leave a Reply

Your email address will not be published. Required fields are marked *