Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ନବୀନ ହେବେ କି ପରବର୍ତ୍ତୀ ରାଷ୍ଟ୍ରପତି ?

ଭୁବନେଶ୍ୱର (ଦ କୁଇଭର): ନବୀନ ହେବେ କି ପରବର୍ତ୍ତୀ ରାଷ୍ଟ୍ରପତି । ନବୀନ ଦିଲ୍ଲୀ ଚାଲିଗଲେ ରାଜ୍ୟରେ ବିଜେଡି ବିଜେପି ଏକ ହୋଇଯିବେ କି? ଧର୍ମେନ୍ଦ୍ର ହେବେ କି ଓଡ଼ିଶାର ମୁଖ୍ୟମନ୍ତ୍ରୀ? ଦେଶର ସାମ୍ବିଧାନିକ ସର୍ବୋଚ୍ଚ ପଦର ସମ୍ଭାବ୍ୟ ଉତ୍ତରାଧିକାରୀ ପାଇଁ ନବୀନଙ୍କ ନାଁକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ନିର୍ବାଚନରେ ନବୀନ ବର୍ତ୍ତମାନ ଏବେ ବ୍ରାଣ୍ଡ୍ ପାଲଟିଛନ୍ତି । ନବୀନଙ୍କ ନାଁରେ ଚାଲିଛି ଭୋଟ୍ । ଯାହା ବିଜେପି ବୁଝିସାରିଲାଣି । ଅନ୍ୟପଟେ ନବୀନଙ୍କ ପ୍ରତି ବିଜେପିର ଅନେକ ସମର୍ଥନ ରହିଛି । ସେ ରାଜ୍ୟସଭା ହେଉ ଅବା ଲୋକସଭା ବା ଓଡ଼ିଶାକୁ ଅନୁଦାନ ହେଉ, ଓଡ଼ିଶାରେ ବିଜେଡିକୁ ଆଖିବୁଜା ସମର୍ଥନ କରୁଛି ବିଜେପି । ଏପରିକି ବିଜେପି ତାର ଦଳୀୟ କର୍ମୀ ଓ ନେତାଙ୍କୁ ହତାଶ କରି ମଧ୍ୟ ବିଜେଡିର ସ୍ୱାର୍ଥ ରକ୍ଷା କରିବା ପାଇଁ ଲାଗି ପଡ଼ିଛି । ଆଉ ଏଥିରେ ଭଲ ରୋଲ ନେଉଛନ୍ତି କେନ୍ଦ୍ରମନ୍ତ୍ରୀ ବାବୁ ଧର୍ମେନ୍ଦ୍ର ପ୍ରଧାନ ।

ଅନ୍ୟପଟେ ନବୀନଙ୍କ ବୟସ ହୋଇ ଆସିଲାଣି । ଆଉ ଗୋଟିଏ ନିର୍ବାଚନ ବା ୨୦୨୪ ନିର୍ବାଚନ ଲଢି ପୁଣି ୫ ବର୍ଷ ଯିବା ହୁଏତ ତାଙ୍କୁ ବୟସ ଅନୁମତି ଦେଇ ନପାରେ । ସେ ସୁରକ୍ଷିତ ଥାଆନ୍ତୁ, ଆରୋଗ୍ୟ ଥାଆନ୍ତୁ ଓ ସୁସ୍ଥ ବି ଥାଆନ୍ତୁ । ଇତିହାସକୁ ଦେଖିଲେ କେନ୍ଦ୍ରରେ କେବେ ଓଡ଼ିଶାକୁ ସେତିକି ଗୁରୁତ୍ୱ ମିଳିନାହିଁ, ଯାହା ମିଳିବା କଥା । ସାରା ଦେଶରେ ଓଡ଼ିଶାର ବେଶ ନାମକରା ନେତା ଥିଲେ ବିଜୁ ପଟ୍ଟନାୟକ । ବିଜୁ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ହେବାର ସୁଯୋଗ ବି ଥିଲା । କିନ୍ତୁ କେନ୍ଦ୍ରରେ ତାଙ୍କୁ ସେତିକି ସମର୍ଥନ ମିଳିନଥିଲା । କିନ୍ତୁ ବର୍ତ୍ତାମନ ବିଜୁ ବାବୁଙ୍କୁ ବେଶ୍ ପଛରେ ପକାଇ ଅଧିକ ଲୋକପ୍ରିୟତା ହାସଲ କରିପାରିଛନ୍ତି ନବୀନ । ଆଉ ନବୀନଙ୍କ ରାଜେନୈତିକ ଗୋଟିଚାଳନାରେ ବିଜେପି ବି ତାଙ୍କୁ ସମର୍ଥନ ଦେଉଛି । ଆଉ ଏହା ହେଉଛି ଏକମାତ୍ର ସୂଯୋଗ, ଓଡ଼ିଶାକୁ ସର୍ବୋଚ୍ଚ ସ୍ଥାନରେ ନେଇ ସ୍ଥାନିତ କରିବା । ଆଉ ବିଜେପି ବି ଚାହୁଁଚି ଯେ ନବୀନଙ୍କୁ ସର୍ବୋଚ୍ଚ ସମ୍ମାନ ମିଳୁ । ଆଉ ଓଡ଼ିଶାକୁ ଏହି ସମ୍ମାନ ଦେଇ ବିଜେପି ଓଡ଼ିଶାକୁ ଦଖଲ କରିବା ପାଇଁ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରୁଛି ।

ତେବେ ଆସନ୍ତା ଜୁଲାଇରେ ସରିବ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ । ସେହିପରି ଅଗଷ୍ଟରେ ଉପରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ତେବେ ଦେଶର ସାମ୍ବିଧାନିକ ଏହି ଦୁଇ ସର୍ବୋଚ୍ଚ ପଦରେ ନିଜ ମନପସନ୍ଦର ବିକ୍ତିତ୍ୱଙ୍କୁ ବସାଇବା ପାଇଁ ସଂସଦରେ ସଂଖ୍ୟାଗରିଷ୍ଠତା ଭୋଟ୍ ନିହାତି ଆବଶ୍ୟକ । ଯାହା କେବଳ ବିଜେପି ପାଖରେ ରହିଛି । ତେଣୁ ଲୋକସଭା ହେଉ କିମ୍ବା ରାଜ୍ୟସଭା ସବୁଠି ବିଜେପିକୁ ସମର୍ଥନ କରୁଥିବା ବିଜୁ ଜନତା ଦଳ ଉପରେ କେନ୍ଦ୍ରର ସ୍ୱତନ୍ତ୍ର ଫୋକସ୍ ରହିଛି । କାରଣ ସାରା ଦେଶରେ ନବୀନଙ୍କ ସ୍ୱଚ୍ଛ ଭାବମୂର୍ତ୍ତୀ ରହିଛି । ଅନେକ ଥର ସେ ଦେଶରେ ନମ୍ବର ୱାନ୍ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ତେଣୁ ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ନବୀନଙ୍କ ନା କୁ ନେଇ ଏବେ ଜୋରସୋରରେ ଚର୍ଚ୍ଚା ଚାଲିଛି ।

Exit mobile version