ଶ୍ରୀଜଗନ୍ନାଥ ଐତିହ୍ୟ କରିଡର ପ୍ରକଳ୍ପ: କୁଆଡ଼େ ଗଲେ ସମ୍ବିତ ପାତ୍ର ?

ପୁରୀ (ଦ କୁଇଭର): ‘ଜଗନ୍ନାଥ ଡାକିଛନ୍ତି, ମୋଦୀ ପଠାଇଛନ୍ତି’ । କୁଆଡେ ଗଲା ଡାଇଲକ୍? ଆଉ କୁଆଡ଼େ ଗଲେ ଡାଇଲଗ୍ ବଏ? ବଳି ପଡ଼ିଛି ବଡ଼ ଦେଉଳ, ହେଲେ ମୁହଁ ଖୋଲୁନାହାନ୍ତି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ତଥା ବିଜେପିର ପୁରୀ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର । ସବୁବେଳେ ଜଗନ୍ନାଥଙ୍କୁ ସାହାରା କରି ନିର୍ବାଚନ ଲଢୁଥିବା ନେତାଙ୍କର ଏବେ ଦେଖାନାହିଁ । ୨୦୧୯ ସାଧାରଣ ନିର୍ବାଚନରେ ଜଗନ୍ନାଥଙ୍କ ପ୍ରତିମା ଧରି ପ୍ରଚାର କରୁଥିଲେ କୁହାଳିଆ ନେତା ସମ୍ବିତ । ନିଜକୁ ସ୍ୱାଭିମାନୀ ବୋଲି କହୁଥିଲେ । ହେଲେ ଏବେ ଗଲେ କୁଆଡ଼େ? ବଡ଼ ଦେଉଳ ଢାଞ୍ଚା ପ୍ରତି ବିପଦ ଥିବା ଏଏସଆଇ କହିସାରିଛି । ତଥାପି ତୁଣ୍ଡିବାନ୍ଧି ବସିଛନ୍ତି ସମ୍ବିତ ।

ଦିଳ୍ଲୀରେ ବସି ବଡ଼ ବଡ଼ ଭାଷଣ ମାରୁଛନ୍ତି । ସବୁ କଥାରେ ଗୋଡ ପୁରାଉଛନ୍ତି । ପ୍ରବକ୍ତା ଯେହେତୁ କହିବେ, ହେଲେ କରିଡର ପ୍ରକଳ୍ପ ପାଇଁ ମୁହଁ ଖୋଲୁନାହାନ୍ତି କାହିଁକି? ନିର୍ବାଚନ ବେଳେ ପିନାକୀଙ୍କୁ ଟାର୍ଗେଟ କରୁଥିଲେ କିନ୍ତୁ ଏବେ ପିନାକୀ କଳା ସତ କରିଛନ୍ତି, ତାହା ପୁଣି ସଂସଦ ଭଳି ଏକ ପବିତ୍ର ଗୃହରେ । ହେଲେ ଏକଥାରେ ବି ମୁହଁ ଖୋଲୁନାହାନ୍ତି ସମ୍ବିତ । ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ପ୍ରତି କଥାରେ କେଜ୍ରିୱାଲ ଓ ବିଭିନ୍ନ ବିରୋଧୀଙ୍କୁ ଟାର୍ଗେଟ କରୁଥିବା ଏହି ବିଜେପି ନେତା କିନ୍ତୁ ଶ୍ରୀମନ୍ଦିର ପ୍ରସଙ୍ଗରେ ପୁରା ଚୁପ୍? ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ତାଙ୍କର ସ୍ୱର ଶୁଣିବାକୁ ମିଳୁନାହିଁ । ମହାପ୍ରଭୁ ଜଗନ୍ନାଥ ତାଙ୍କୁ ଜନସାଧାରଣଙ୍କ ସେବା କରିବା ପାଇଁ ଡାକିଥିବା ଘର ଘର ବୁଲି ନିର୍ବାଚନ ସମୟରେ କହୁଥିଲେ ସମ୍ବିତ । କିନ୍ତୁ ଏବେ ସେ ଗଲେ କୁଆଡ଼େ? ଅନ୍ୟପଟେ ସୋସିଆଲ ମିଡିଆରେ ଟ୍ରୋଲ୍ ହେଲାଣି ନିଖୋଜ୍ ସମ୍ବିତ ।

ଶ୍ରୀଜଗନ୍ନାଥ ଐତିହ୍ୟ କରିଡର ପ୍ରକଳ୍ପ ନାଁରେ ଶ୍ରୀମନ୍ଦିର ଚତୁଃପାଶ୍ୱର୍ରେ ବେଆଇନ ଖନନ କରି ବଡ଼ ଦେଉଳକୁ ବିପଦକୁ ଠେଲିଦେଲେଣି ସରକାର । ଏକଥା ଆମେ କହୁନୁ, ଏକଥା କହିଛି ଏଏସଆଇ । ଯାହାକୁ ନେଇ ବିଧାନସଭା ଠାରୁ ଆରମ୍ଭ କରି ଲୋକସଭାରେ ତମ୍ବି ତୋଫାନ ମଧ୍ୟ ଦେଖିବାକୁ ମିଳିଲାଣି । ସବୁଆଡ଼ୁ ଏହାକୁ ବିରୋଧ ମଧ୍ୟ କରାଗଲାଣି । କିନ୍ତୁ ବାବୁ ସମ୍ବିତ ପାତ୍ରଙ୍କର ଦେଖାନାହିଁ । ସମ୍ବିତ ମୁହଁ ନଖୋଲିବା ପଛରେ କାରଣ କ’ଣ? ଶ୍ରୀମନ୍ଦିର ପ୍ରକଳ୍ପକୁ ନେଇ କାହିଁକି ମୁହଁ ଖୋଲୁନାହାନ୍ତି ସମ୍ବିତ? ଯାହାକୁ ନେଇ ଏବେ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *