Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

ମଙ୍ଗଳାଯୋଡ଼ିରେ ବନ୍ଦ ହେବ ମାଛଧରା ବୋଟ୍

ଚିଲିକା (ଦ କୁଭଇର): ଚିଲିକାର ମଙ୍ଗଳାଯୋଡ଼ିରେ ବନ୍ଦ ହେବ ମାଛଧରା ବୋଟ୍ । ଆଉ ମାଛଧରା ବୋଟର ଫଟ୍ ଫଟ୍ ଶବ୍ଦ ବହିରାଗତ ପକ୍ଷୀଙ୍କୁ ପ୍ରଭାବିତ କରିବ ନାହିଁ । ଏହି ଅଞ୍ଚଳ ହେବ ପକ୍ଷୀଙ୍କ ପାଇଁ ସୁରକ୍ଷିତ ନୀଡ଼ । ଚିଲିକାର ଅନ୍ୟତମ ପକ୍ଷୀକେନ୍ଦ୍ର ମଙ୍ଗଳାଯୋଡ଼ି ପାଇଁ ବିପଦ ମାଛଧରା ବୋଟ୍ । ପ୍ରଭାବିତ ହେଉଛନ୍ତି ବିଦେଶାଗତ ପକ୍ଷୀ । ପ୍ରଭାବିତ ହେଉଛି ସେଠାକାର ଜୈବ ବିବିଧତା । ଏହାର ସୁରକ୍ଷା ପାଇଁ ମାଛଧରା ବୋଟକୁ ବନ୍ଦ କରିବାକୁ ହାଇକୋର୍ଟରେ ଚିଲିକା ଉନ୍ନୟନ କତ୍ତୃପକ୍ଷ ମୁଖିଆଙ୍କ ଏହି ଆବେଦନ ପରେ ମତ୍ସ୍ୟ ବିଭାଗ ଜବାବ ରଖିଛି। ପକ୍ଷୀଙ୍କ ଆଗମନ ଋତୁରେ ମାଛଧରା ବନ୍ଦ କରିବାକୁ ବିଭାଗ ସହମତି ପ୍ରକାଶ କରିଛି ।

ତେବେ ମଙ୍ଗଳାଯୋଡ଼ିକୁ ଆସିଥିବା ପକ୍ଷୀଙ୍କ ସଂଖ୍ୟା ଉପରେ ଯଦି ନଜର ପକାଇବା ତେବେ, ୨୦୧୮ ମସିହାରେ ୧ ଲକ୍ଷ ଚଢେଇ ଆସିଥିବା ବେଳେ ୨୦୧୯ରେ ଏହି ସଂଖ୍ୟା ଦେଢ ଲକ୍ଷକୁ ବୃଦ୍ଧି ପାଇଥିଲା । ସେହିପରି ୨୦୨୦ରେ ୨ ଲକ୍ଷ ବିଦେଶାଗତ ପକ୍ଷୀ ମଙ୍ଗଳାଯୋଡ଼ିକୁ ଆସିଥିଲେ । ୨୦୨୧ରେ ଅଢେଇ ଲକ୍ଷ ପକ୍ଷୀ ଆସିଥିଲେ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେଣୁ ଏହି ମାଛଧରା ବୋଟର ଫଟ୍ ଫଟ୍ ଶବ୍ଦ ସେମାନଙ୍କ ଉପରେ ପ୍ରଭାବ ପକାଉଥିବା କୁହାଯାଉଛି ।

ଯଦି ଚିଲିକାର ପ୍ରାକୃତିକ ପରିବେଶ ପାଇଁ ମାଛଧରା ବୋଟ୍ ବଡ଼ ପ୍ରଭାବ ପକାଉଛି । ତେବେ ଏହି ଦିଗରେ ବିଭାଗ ନିଶ୍ଚିତ ପଦକ୍ଷେପ ନେବ । ପକ୍ଷୀଙ୍କ ଆଗମନ ଋତୁରେ ମାଛଧରା ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ତେବେ ପୂର୍ବରୁ ଏହି ଅଞ୍ଚଳର ବାସିନ୍ଦା ପକ୍ଷୀଙ୍କ ସୁରକ୍ଷା ପାଇଁ ଅଭିଯାନ ଚଳାଇଛନ୍ତି । ପକ୍ଷୀ ସଂଖ୍ୟା ବି ବଢୁଛି । ମାଛ ଧରା ବୋଟ୍ ବନ୍ଦ ହେଲେ ଏହା ପକ୍ଷୀଙ୍କ ହବ୍ ହେବ ବୋଲି କୁହାଯାଉଛି ।

Exit mobile version