ଗୁଗଲ୍ ମ୍ୟାପରେ ଆସିଲା ନୂଆ ଅପଡେଟ୍: ଜାଣନ୍ତୁ କ’ଣ ?

ନୂଆଦିଲ୍ଲୀ (ଦ କୁଇଭର): ଗୁଗଲ୍ ମ୍ୟାପ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର । ଏଣିକି ଟୋଲ ଟ୍ୟାକ୍ସ ଆକଳନ କରିବ ଗୁଗଲ୍ ମ୍ୟାପ୍ । ଯଦି ଆପଣ ଟୋଲଗେଟ୍ ଦେଇ ଅତିକ୍ରମ କରୁଛନ୍ତି ତେବେ ଟୋଲ ଟ୍ୟାକ୍ସ ବିଷୟରେ ଗୁଗଲ୍ ମ୍ୟାପ୍ ଦେବ ସୂଚନା । ଯାହା ଟୋଲ ସଡକ ଏବଂ ନିୟମିତ ସଡଗ ମଧ୍ୟରେ ଉପଭୋକ୍ତାଙ୍କୁ ବାଛିବାରେ ସାହାର୍ଯ୍ୟ କରିବ ।

ଉପଭୋକ୍ତାମାନେ ଯାତ୍ରା ପୂର୍ବରୁ ଟୋଲରେ କେତେ ଟଙ୍କା ଖର୍ଚ୍ଚ କରିବାକୁ ପଡିବ ତାହା ଯାତ୍ରା ପୂର୍ବରୁ ଜାଣିପାରିବେ । ଏହା ସହିତ, ଉପଭୋକ୍ତାମାନଙ୍କୁ ଟୋଲ୍ ଫ୍ରି ରୁଟ୍ ବିଷୟରେ ମଧ୍ୟ ଅବଗତ କରାଇବ । ପ୍ରାୟ ୨ ହଜାର ଟୋଲ ରାସ୍ତାରେ ଏହି ସେବା ଉପଲବ୍ଧ ହେବ । ଏହି ସେବା ଆଣ୍ଡ୍ରଏଡରେ ଏବଂ ଆଇଓଏସରେ ମଧ୍ୟ ବ୍ୟବହାର କରାଯାଇପାରିବ ।

ବୁଧବାର ଗୁଗୁଲ କହିଛି ଯେ ଭାରତ ବ୍ୟତୀତ କମ୍ପାନୀ ଆମେରିକା, ଜାପାନ ଏବଂ ଇଣ୍ଡୋନେସିଆରେ ମଧ୍ୟ ଏହି ସେବା ଆରମ୍ଭ କରିବାକୁ ଯାଉଛି। ଗୁଗଲ୍ ISO ପାଇଁ ଆଉ ଏକ ଅପଡେଟ୍ ଆଣିଛି । ଉପଭୋକ୍ତାମାନେ ଆଇଫୋନ୍ ଏବଂ ଆପଲ୍ ୱାଚ୍ ରେ ଗୁଗୁଲ୍ ମ୍ୟାପ୍ସକୁ ସହଜରେ ଅତି ସହଜରେ ବ୍ୟବହାର କରିପାରିବେ । ଆପଲ୍ ୱାଚ୍ ରେ ଗୁଗୁଲ୍ ମ୍ୟାପ୍ ବ୍ୟବହାର କରିବାର ପଦ୍ଧତି ବଦଳିଯିବ । ବର୍ତ୍ତମାନ ଆପଲ୍ ୱାଚ୍ ରେ ସ୍ୱୟଂଚାଳିତ ନାଭିଗେସନ୍ ଦେଖାଯିବ । ଉପଭୋକ୍ତାମାନେ ବର୍ତ୍ତମାନ ଆପଲ୍ ୱାଚ୍ ରେ କେବଳ ଭଏସ୍ କମାଣ୍ଡ୍ ଦେଇ ଗୁଗୁଲ୍ ମ୍ୟାପ୍ସର ସେବା ପାଇପାରିବେ ।

Leave a Reply

Your email address will not be published. Required fields are marked *