ଭାରତରେ ଚିହ୍ନଟ ହେଲା ଓମିକ୍ରନ୍ “XE” ର ପ୍ରଥମ ମାମଲା

ମୁମ୍ବାଇ (ଦ କୁଇଭର): ଗତ କିଛି ସପ୍ତାହ ଧରି ସାରା ଦେଶରେ କରୋନା ମାମଲା କମିଥିଲା । ଏହାକୁ ଦୃଷ୍ଟିରେ ରଖି ପ୍ରାୟ ସମସ୍ତ ପ୍ରକାରର ପ୍ରତିବନ୍ଧକକୁ ମଧ୍ୟ ହଟାଇ ଦିଆଯାଇଛି । କିନ୍ତୁ ଭୟ ଏବେବି ଥମିନି । ଓମିକ୍ରନ୍ ଭୁତାଣୁର ନୂଆ ଭାରିଆଣ୍ଟ ଏକ୍ସଇର ପ୍ରଥମ ମାମଲା ଭାରତରେ ଚିହ୍ନଟ ହୋଇଛି । କୁହାଯାଇଛି ଯେ ମୁମ୍ବାଇର ଜଣେ ବ୍ୟକ୍ତିଙ୍କ ଶରୀରରେ “XE” ଭୁତାଣୁ ଚିହ୍ନଟ ହୋଇଛି ବୋଲି ବିଏମସି ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ବିଏମସି ପକ୍ଷରୁ ସଂଗୃହୀତ ୩୭୬ଟି ନମୁନା ମଧ୍ୟରୁ ଗୋଟିଏ ନମୁନା ଏକ୍ସଇ ପଜିଟିଭ ବାହାରିଥିବା ଜଣାଯାଇଛି । ସେହିପରି “XE” ଭାରିଆଣ୍ଟର ଗୋଟିଏ ମାମଲା ଚିହ୍ନଟ ହୋଇଛି । ବିଏମସି ଅନୁଯାୟୀ ମହିଳା ଜଣକ ଫେବୃଆରୀ 10ରେ ଦକ୍ଷିଣ ଆଫ୍ରିକାରୁ ଫେରି ଆସିଥିଲେ | କରୋନା ଜୀବାଣୁର ନୂତନ ମ୍ୟୁଟାଣ୍ଟ XE ଭାବରେ ଜଣାଶୁଣା | ଓମିକ୍ରନ୍ ର ସବ୍-ଭାରିଆଣ୍ଟ ଅନେକ ରିପୋର୍ଟରେ BA.2 ଅପେକ୍ଷା ଅଧିକ ଦ୍ରୁତ ଗତିରେ ବିସ୍ତାର ହୋଇଥିବାର ଜଣାଯାଇଛି | ଏହି ସମୟରେ, ଟାଟା ଇନଷ୍ଟିଚ୍ୟୁଟ୍ ଫର୍ ଜେନେଟିକ୍ସ ଆଣ୍ଡ ସୋସାଇଟି ଦେଶର ନାଗରିକମାନଙ୍କୁ କୋଭିଡ -19 ର ନୂତନ ମ୍ୟୁଟାଣ୍ଟ ବିଷୟରେ ଭୟଭୀତ ନହେବାକୁ ଅନୁରୋଧ କରିଛି

ସୂଚନାଯୋଗ୍ୟ, ବ୍ରିଟେନରେ ପ୍ରଥମକରି ଚିହ୍ନଟ ହୋଇଥିବା ଓମିକ୍ରନ ଏକ୍ସଇ ଓମିକ୍ରନର ଦୁଇଟି ଭାରିଆଣ୍ଟ-ବିଏ.୧ ଓ ବିଏ.୨ର ମିଶ୍ରଣରୁ ସୃଷ୍ଟି ହୋଇଛି । ବର୍ତ୍ତମାନେ ସମଗ୍ର ବିଶ୍ୱରେ ଅଳ୍ପ କେତୋଟି ଏକ୍ସଇ ମାମଲା ଦେଖାଦେଇଛି । ତେବେ ଏହା ଓମିକ୍ରନର ସବୁ ଭାରିଆଣ୍ଟ ତୁଳନାରେ ସର୍ବାଧିକ ସଂକ୍ରାମକ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି । ବର୍ତ୍ତମାନ ସୁଦ୍ଧା ଜଣାପଡ଼ିଥିବା ସବୁ ଭାରିଆଣ୍ଟ ମଧ୍ୟରୁ ଓମିକ୍ରନ ବିଏ.୨ ଥିଲା ସବୁଠାରୁ ସଂକ୍ରାମକ । କିନ୍ତୁ ଓମିକ୍ରନ ଏକ୍ସଇ ବିଏ.୨ ଠାରୁ ପ୍ରାୟ ୧୦ ପ୍ରତିଶତ ଅଧିକ ସଂକ୍ରାମକ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ।

Leave a Reply

Your email address will not be published. Required fields are marked *