ଟ୍ବିଟର ଆଣୁଛି ଏହି ନୂଆ ଫିଚର୍

ନୂଆଦିଲ୍ଲୀ (ଦ କୁଇଭର): ଦୀର୍ଘ ଦିନ ଅପେକ୍ଷାର ଅନ୍ତ ଘଟିବ । ଫେସବୁକ ଭଳି ଟୁଇଟରରେ ବି ଏଡିଟ୍ ବଟନ୍ ଆସିବାକୁ ଯାଉଛି । ‘ଏଡିଟ୍ ବଟନ୍’ ଉପରେ କାମ କରୁଛି, ଯାହା ଖୁବଶୀଘ୍ର ସେହି ଫିଚର୍ ଜାରି କରାଯିବ ବୋଲି ଏବେ କମ୍ପାନୀ ପକ୍ଷରୁ କୁହାଯାଇଛି। ଟ୍ବିଟରର ଏହି ଫିଚର୍ ଦ୍ବାରା ବ୍ୟବହାରକାରୀ ନିଜ ଟ୍ବିଟରେ ହୋଇଥିବା ଭୁଲ୍ ସଂଶୋଧନ କରିପାରିବେ।

ଟ୍ବିଟର ପକ୍ଷରୁ କୁହାଯାଇଛି, ଏହି ଫିଚରକୁ ପ୍ରଥମେ ଟ୍ବିଟର ବ୍ଲ୍ୟୁ ଲ୍ୟାବ୍ସରେ ପରୀକ୍ଷା କରାଯିବ। ଟ୍ବିଟର ବ୍ଲ୍ୟୁ ଲ୍ୟାବ୍ ରେ କମ୍ପାନୀର ସବସ୍କ୍ରିପସନ ସେବା, ଯେଉଁଠାରେ କମ୍ପାନୀ ନୂଆ ଫିଚରଗୁଡ଼ିକ ପରୀକ୍ଷା କରିଥାଏ। ଟ୍ବିଟର ଉପଭୋକ୍ତା ଉତ୍ପାଦର ମୁଖ୍ୟ ଜୟ ସଲିଭାନ୍ କହିଛନ୍ତି, ବର୍ଷ ବର୍ଷ ଧରି ୟୁଜରମାନେ ଏଡିଟ୍ ବଟନ୍ ପାଇଁ ଦାବି କରିଆସୁଥିଲେ। ଏହି ଫିଚରର ଅପବ୍ୟବହାର କରାଯାଇପାରେ। ଏଡିଟ୍ କରାଯାଇଥିବା ଟ୍ୱିଟର ସମୟ ସୀମା, ନିୟନ୍ତ୍ରଣ, ସ୍ୱଚ୍ଛତା ବିନା ଅପବ୍ୟବହାର କରାଯାଇପାରେ। ଏହାଦ୍ବାରା ସର୍ବସାଧାରଣରେ ଚାଲିଥିବା ବାର୍ତ୍ତାଳାପକୁ ମଧ୍ୟ ପରିବର୍ତ୍ତନ କରାଯାଇପାରିବ। ତେବେ ଏହା ଯେପରି ନହେବ, ତାହାହିଁ ଆମର ପ୍ରାଥମିକତା। ଏଥିପାଇଁ ଏଡିଟ୍ ବଟନ୍ ଲଞ୍ଚ୍ କରିବାକୁ କିଛି ସମୟ ଲାଗିପାରେ। ଏହି ଫିଚରକୁ ଭାବି ଚିନ୍ତି ଓ ଯତ୍ନର ସହ ଲଞ୍ଚ୍ କରାଯିବ।

ଟେସଲା ସିଇଓ ଏଲୋନ୍ ମସ୍କଙ୍କ ନିକଟରେ ଟ୍ୱିଟରରେ ୯.୨ ପ୍ରତିଶତ ଅଂଶଧନ ହାସଲ କରିବାର ପ୍ରାୟ ଗୋଟିଏ ଦିନ ପରେ ଏହି ଘୋଷଣା ତାଙ୍କ ଅନୁଗାମୀମାନଙ୍କୁ ଏକ ଏଡିଟ୍ ବଟନ୍ ଚାହୁଁଛନ୍ତି କି ନାହିଁ ବୋଲି ଏକ ସର୍ଭେ ଚଳାଇବା ପରେ ଏହି ଘୋଷଣା କରାଯାଇଛି ବୋଲି ଚର୍ଚ୍ଚା ହେଉଛି ।

Leave a Reply

Your email address will not be published. Required fields are marked *