ଦିଦିଙ୍କ ଡାଇଲଗ୍ କୁ ନେଇ ଛାତ୍ରଛାତ୍ରୀଙ୍କୁ ଚେତାବନୀ, ଏମିତି ଲେଖିଥିଲେ ମିଳିିବ ଦଣ୍ଡ

କୋଲକାତା (ଦ କୁଇଭର): ଚର୍ଚ୍ଚାରେ ଦିଦିଙ୍କ ଡାଇଲଗ୍ ‘ଖେଲା ହୋବେ’ । କପି ଯାଞ୍ଚ ସମୟରେ, ଅନେକ ଥର ଛାତ୍ରମାନେ ସେମାନଙ୍କ ଶିକ୍ଷକମାନଙ୍କୁ ପାସ୍ କରିବାକୁ ଅନୁରୋଧ କରନ୍ତି । କିନ୍ତୁ ପଶ୍ଚିମବଙ୍ଗ ବୋର୍ଡ ପରୀକ୍ଷାରେ କିଛି ଛାତ୍ର ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ଏକ ନୂତନ ତଥା ସହଜ ଉପାୟ ବାହାର କରିବାକୁ ଚେଷ୍ଟା କରିଛନ୍ତି। ଯାହା ଜାଣିଲେ ଆପଣ ମଧ୍ୟ ହସିହସି ଗଡିଯିବେ । ପରୀକ୍ଷା ଖାତାରେ କେତେବେଳେ ପୁଷ୍ପା ଡାଇଲଗ୍ ତ ଆଉ କେତେବେଳେ ଦିଦିଙ୍କ ଡାଇଲଗ୍ ଲେଖି ଭାଇରାଲ ହେଉଛନ୍ତି ଛାତ୍ରଛାତ୍ରୀ । ତେଣୁ ପଶ୍ଚିମବଙ୍ଗ ଶିକ୍ଷା ବୋର୍ଡ ପକ୍ଷରୁ ମିଳିଛି ଚେତାବନୀ ।

ରିପୋର୍ଟରୁ ଜଣାପଡିଛି ଯେ ପଶ୍ଚିମବଙ୍ଗ ମାଧ୍ୟମିକ ଶିକ୍ଷା ବୋର୍ଡର ଦଶମ ପରୀକ୍ଷା ଗତ ମାସରେ ଅନୁଷ୍ଠିତ ହୋଇଥିଲା। ଯେତେବେଳେ ପରୀକ୍ଷା କପି ଯାଞ୍ଚ କରାଯାଇଥିଲା, ପଶ୍ଚିମବଙ୍ଗ ମାଧ୍ୟମିକ ଶିକ୍ଷା ବୋର୍ଡ ଜାଣିବାକୁ ପାଇଲା ଯେ ଅନେକ ଛାତ୍ର ‘ଖେଲା ହୋବେ’ ଲେଖିଛନ୍ତି। ବିଧାନସଭା ନିର୍ବାଚନ ସମୟରେ ଏହା ଏକ ପ୍ରସିଦ୍ଧ ରାଜନୈତିକ ସ୍ଲୋଗାନ ଥିଲା ।

ତେଣୁ ବର୍ତ୍ତମାନ, ଉଚ୍ଚ ମାଧ୍ୟମିକ ଅର୍ଥାତ୍ ଦ୍ୱାଦଶର ପରୀକ୍ଷା ବଙ୍ଗଳାରେ ଚାଲିଛି । ଏହି ପରୀକ୍ଷା ଏପ୍ରିଲ ୨ ରୁ ଆରମ୍ଭ ହୋଇ ୨୭ ଏପ୍ରିଲ ପର୍ୟ୍ୟନ୍ତ ଚାଲିବ । ଦଶମ ପରି, ଦ୍ୱାଦଶ ପରୀକ୍ଷାରେ ଛାତ୍ରଛାତ୍ରୀମାନେ ‘ଖେଲା ହୋବେ’ ନ ଲେଖିବା ପାଇଁ ବୋର୍ଡ କଡା ପଦକ୍ଷେପ ନେବାକୁ ଘୋଷଣା କରିଛି। ସେ କହିଛନ୍ତି ଯେ ଯଦି କୈଣସି ଛାତ୍ରଛାତ୍ରୀମାନେ ଦ୍ୱାଦଶ ପରୀକ୍ଷାରେ ‘ଖେଲା ହୋବେ’ ଲେଖନ୍ତି ତେବେ ସେମାନଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Leave a Reply

Your email address will not be published. Required fields are marked *