୨ ଫାଳ ହୋଇଗଲା ବିମାନ: ଆଉ ତା’ ପରେ….

ନୂଆଦିଲ୍ଲୀ (ଦ କୁଇଭର): ଅବତରଣ ସମୟରେ ୨ ଫାଳ ହୋଇଗଲା ବିମାନ । ମଧ୍ୟ ଆମେରିକାରେ ଥିବା କୋଷ୍ଟା ରିକାରେ ଭୟଙ୍କର ପ୍ଲେନ କ୍ରାସ । ମିଳିଥିବା ସୂଚନା ଅନୁସାରେ, ଗତକାଲି କୋଷ୍ଟା ରିକା ଜୁଆନ ସାନ୍ତା ମାରିଆ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଏହି ଅଘଟଣ ଘଟିଛି । ପ୍ଲେନରେ କିଛି ଯାନ୍ତ୍ରିକ ତ୍ରୁଟି କାରଣରୁ ଜୁଆନ ସାନ୍ତା ମାରିଆ ଏୟାପୋର୍ଟରେ ବିମାନଟି ଜରୁରୀକାଳୀନ ଅବତରଣ କରିଥିଲା । ଆଉ ଏହାରି ମଧ୍ୟରେ ମଝିରୁ ଦୁଇ ଖଣ୍ଡ ହୋଇଯାଇଥିଲା ବିମାନ ।

ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ସାନ ଜୋସରେ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ସାମୟିକ ଭାବେ ବନ୍ଦ ହୋଇଯାଇଥିଲା। ଏହି ଘଟଣା ପରେ ବିମାନବନ୍ଦର ସନ୍ଧ୍ୟା ୬ ଟା ପର୍ୟ୍ୟନ୍ତ ବନ୍ଦ ରହିଥିଲା। ସୂଚନା ଅନୁଯାୟୀ, ଏହି ବିମାନରେ କୈଣସି ଯାତ୍ରୀ ନଥିଲେ। କାର୍ଗୋ ବିମାନରେ କେବଳ ଦୁଇଜଣ କ୍ରୁ ସଦସ୍ୟ ଉପସ୍ଥିତ ଥିଲେ। ଦୁର୍ଘଟଣା ପରେ ପାଇଲଟ ବି ସଂପୂର୍ଣ୍ଣ ସୁସ୍ଥ ଅଛନ୍ତି । ତଥାପି ସତର୍କତା ଅବଲମ୍ବନ କରି ତାଙ୍କୁ ଡାକ୍ତରଖାନାକୁ ପଠାଯାଇଛି।

ଏମିତିରେ କାର୍ଗୋ ପ୍ଲେନରେ ଯାତ୍ରୀ ଯାତ୍ରା କରନ୍ତି ନାହିଁ । ବରଂ ଜିନିଷପତ୍ର ପରିବହନ ହୋଇଥାଏ । ଏହି ଦୁର୍ଘଟଣା ସହ ଜଡିତ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ହଳଦିଆ ବିମାନରୁ ଧୂଆଁ ବାହାରୁଥିବା ଥିଲା ଏବଂ ଅବତରଣ ସମୟରେ ଏହା ରନୱେରୁ ଖସିଗଲା ଜ୍ଝ କେବଳ ଏତିକି ନୁହେଁ, ପଛ ଚକଗୁଡିକ ଅଲଗା ହୋଇଥିଲା ଏବଂ ବିମାନଟି ୨ ଫାଳ ହୋଇଥିଲା ।

Leave a Reply

Your email address will not be published. Required fields are marked *