“ନଗାଡ଼ା ସଂଗ ଢୋଲ…”ଗୀତରେ ନାଚିଲେ ମହିଳା IAS, ଭାଇରାଲ ହେଲା ଏହି ଭିଡ଼ିଓ

(ଦ କୁଇଭର ବ୍ୟୁରୋ): ଆଜିର ଦିନରେ ସୋସିଆଲ ମିଡିଆ ଏଭଳି ଏକ ମାଧ୍ୟମ ପାଲଟିଛି, ଯେଉଁଠାରେ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ବଡ ନେତା,ମନ୍ତ୍ରୀ ସମସ୍ତେ ନିଜ ନିଜର ଧମାଲ ଦେଖାଯାଉଛି ବେଳେବେଳେ କାହାର ଭିଡିଓ ଭାଇରାଲ ହୁଏ, ବେଳେବେଳେ କାହାର ଫୋଟ ହେଡଲାଇନରେ ରହିଥାଏ ।

ସେହିଭଳି ଆଜିକାଲି ଇଣ୍ଟରନେଟରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ କେରଳର ଜଣେ ଆଇଏଏସ୍ ଅଧିକାରୀ ଛାତ୍ରମାନଙ୍କ ସହ ନାଚୁଥିବାର ନଜର ଆସିଛନ୍ତି। ଲୋକମାନେ ଏହି ଭିଡିଓକୁ ବହୁତ ଦେଖୁଛନ୍ତି ଏବଂ ପସନ୍ଦ ମଧ୍ୟ କରୁଛନ୍ତି । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓରେ ଛାତ୍ରମାନଙ୍କ ସହ ନାଚୁଥିବା ମହିଳା ଆଇଏଏସ ନାମଙ୍କ ନାଁ ହେଉଛି ଦିବ୍ୟା ଏସ ଆୟର । ଏହା କୁହାଯାଉଛି ଯେ ଦିବ୍ୟା ଏସ୍ ଆୟର ହେଉଛନ୍ତି କେରଳର ପଠାନାମଥୀ ଜିଲ୍ଲାର ଡିଏମ୍।

ଭିଡିଓରେ, ଆଇଏଏସ୍ ଦିବ୍ୟା ରଣଭୀର ସିଂ-ଦୀପିକା ପାଦୁକୋନଙ୍କ ଅଭିନୀତ ଗୋଲିୟୋନ୍ କି ରାସଲେଲା ରାମ-ଲୀଲା ଗୀତ ‘ନଗାଡ଼ା ସଙ୍ଗ ଢୋଲ …’ ଗୀତରେ ଛାତ୍ରମାନଙ୍କ ସହ ନାଚୁଥିବାର ନଜର ଆସିଛନ୍ତି। ଏହା କୁହାଯାଉଛି ଯେ ମହାତ୍ମା ଗାନ୍ଧୀ ବିଶ୍ୱବିଦ୍ୟାଳୟ (ଏମଜି ୟୁନିଭରସିଟି, କେରଳ) ର କଳା ମହୋତ୍ସବର ପ୍ରସ୍ତୁତି ବିଷୟରେ ଡିଏମ୍ ଆଇୟର ଷ୍ଟାଡିୟମରେ ପହଞ୍ଚିଥିଲେ, ଯେଉଁଠାରେ ଏକ ଦଳ ଛାତ୍ରଛାତ୍ରୀ ନାଚ ଅଭ୍ୟାସ କରୁଥିଲେ। ଏନେଇ ଜିଲ୍ଲା ଆଇଏଏସ୍ ଙ୍କ ଟ୍ୱିଟର ଆଉଣ୍ଟରରେ ପୋଷ୍ଠ କରାଯାଇଛି ଏବଂ ଲେଖାଯାଇଛି “ମନ ସବୁବେଳେ ଗୋଟିଏ ଛୋଟ ପିଲା ପରି”

Leave a Reply

Your email address will not be published. Required fields are marked *