ଶପଥ ନେଲେ BMCର ପ୍ରଥମ ମହିଳା ମେୟର

ଭୁବନେଶ୍ୱର (ଦ କୁଇଭର): ଶପଥ ନେଲେ ନବ ନିର୍ବାଚିତ ମେୟର ସୁଲୋଚନା ଦାସ । ବିଜୁ ଜନତା ଦଳ (ବିଜେଡି) ର ନୂତନ ନିର୍ବାଚିତ ପ୍ରତିନିଧୀ ସୁଲୋଚାନା ଦାସ ଶନିବାର ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ସିଏମସି) ମେୟର ଭାବରେ ଶପଥ ଗ୍ରହଣ କରିଛନ୍ତି । ବିଏମ୍ସିର ପ୍ରଥମ ମହିଳା ମେୟର ଭାବେ କାର୍ୟ୍ୟଭାର ସମ୍ଭାଳିଛନ୍ତି । ଏହା ସହ ୬୭ଜଣ କର୍ପୋରେଟର ମଧ୍ୟ ଶପଥ ନେଇଛନ୍ତି ।

ତେବେ ଏହି ଅବସରରେ ସେ କହିଛନ୍ତି ଯେ, “ସାଢେ ୧୧ ଲକ୍ଷ ଲୋକ ଆମ ପରିବାର” । ଶେଷ ଲୋକ ପର୍ୟ୍ୟନ୍ତ କିଭଳି ଆମ ଯୋଜନା ପହଞ୍ଚିବ ସେଥିପାଇଁ କାମ କରିବୁ । ସ୍ମାର୍ଟ ସିଟିରେ ନଂ-୧ ଯେଭଳି ବଜାୟ ରହିବ । ସେଥିପାଇଁ ସବୁ କର୍ପୋରେଟର ଏକାଠି ହୋଇ କାମ କରିବୁ । କର୍ପୋରେଟର କିଛି ବିଜେଡି, ବିଜେପି କଂଗ୍ରେସ ନୁହେଁ । ସମସ୍ତେ ମିଳିମିଶି ଭୁବନେଶ୍ବର ବିକାଶ ପାଇଁ କାମ କରିବୁ ।

ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ବିଏମ୍‌ସି କମିଶନର ସଞ୍ଜୟ ସିଂ ମଧ୍ୟ ଉପସ୍ଥିତ ଥିଲେ । ବିଏମ୍‌ସିର ଦୁଇ ଅତିରିକ୍ତ କମିଶନର ଓ ସମସ୍ତ ଡେପୁଟି କମିଶନରମାନେ ବି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଜଣାପଡିଛି । ଶପଥ ନେବା ପରେ ନୂଆ ମେୟର ତାଙ୍କ ପ୍ରକୋଷ୍ଠକୁ ଯାଇ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ।।

Leave a Reply

Your email address will not be published. Required fields are marked *