ଜେଲ ଯିବେ କି ଇମ୍ରାନ୍ !

ଇସଲାମାବାଦ (ଦ କୁଇଭର): ପାକିସ୍ତାନର ରାଜନୀତିରେ ଚାଲିଛି ହାଇଡ୍ରାମା । ନିଜକୁ ଇସଲାମିକ ରିପବ୍ଲିକ କହୁଥିବା ପାକିସ୍ତାନର ରାଜନୀତି ବଡ ଅଜବ । ଇମରାନଙ୍କ ପରେ କିଏ ସମ୍ଭାଳିବ ପାକିସ୍ତାନ ତାକୁ ନେଇ ଚାଲିଛି ଟଣାଓଟରା । କେତେବେଳେ ଇମ୍ରାନ ବିଛାଇଥିବା ଜାଲରେ ନିଜେ ଫସୁଛନ୍ତି ତ ଆଉ କେତେବେଳେ ବିରୋଧି ଇମ୍ରାନଙ୍କ ଗେମ୍ ଓଭର କରିବା ପାଇଁ ଚଲାଇଛନ୍ତି ଷଡଯନ୍ତ୍ର । ଇମ୍ରାନଙ୍କ ମୁଣ୍ଡ ଉପରେ ଘୁରି ବୁଲୁଛି ଖଣ୍ଡା ।

ଏଠି କେହି ବି କେବେ ବି ସର୍ତ୍ତାର ସିଂଙ୍ଘାସନରେ କାର୍ଯ୍ୟକାଳ ସରିବା ଯାଏ ବସି ହିଁ ପାରିନାହାନ୍ତି । ଅର୍ଥାତ ଆମେ କହିପାରିବା ସେମାନଙ୍କ ବିରୋଧୀ ଅଥବା ଦେଶର ପ୍ରଚ୍ଛନ୍ନ ଶାସକ ପାକିସ୍ତାନ ଆର୍ମି କେବେ ବସି ବାକୁ ହିଁ ଦେଇନି । ଇତିହାସ ଅଣ୍ଡାଳିଲେ ଦେଖାଯାଏ ଯିଏ ବି ପାକିସ୍ତାନ ସତ୍ତ୍ାରେ ବସିଛି ସିଏ କାଦିଚ୍ୟୁତ ହୋଇଛି ତା ପରେ ସେ ତ ଜେଲ ଜାଇଛି ନ ଚେତ ତାଙ୍କୁ ରାସ୍ତାରୁ ସବୁ ଦିନ ପାଇଁ ହଟାଇ ପାଇଁ ଉଦ୍ୟମ ହୋଇଛି । ଉଦାହରଣ ଭାବରେ ଆପଣ ପରବେଜ୍ ମୁସାରଫ,ବେଲଜିର ଭୋଟ୍ଟ, ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ ଙ୍କୁ ନେଇ ପାରନ୍ତି ।

ଏହି ବଡ ବଡ ନେତା ବି ନିଜ କାର୍ଯକାଳ ଶେଷ ନ ହେବା ପୂର୍ବରୁ ଗଦିଚ୍ୟୁତ ହୋଇଥିଲେ । ବର୍ତ୍ତମାନ ପାଳି ପଡିଛି ଇମ୍ରାନଙ୍କର । ବିରୋଧୀଙ୍କ ନଜର ପଡିଛି ଇମ୍ରାନଙ୍କ ଗାଦି ଉପରେ । ତେବେ ଏବେ ପ୍ରଶ୍ନ ଉଠୁଛି କ’ଣ ଖାନ୍ ସାହେବ ଗାଦିରେ ହଟିଲେ ତାଙ୍କ ସହ କଣ ହେବ ? କ’ଣ ଜେଲ ଯିବେ ଇମ୍ରାନ ? ନା ଦେଶ ଛାଡି ପଳାଇବେ ? ନା ଆତଙ୍କବାଦିରେ ମିଶିବେ ? ପାକିସ୍ତାନ ରାଜନିତୀର ଗୋଲିଆ ପାଣିକୁ ସଫା କରିବା ପାଇଁ ଆସିଥବା ଇମ୍ରାନ ସରକାରର ଅଭିମୁଖ୍ୟ କ’ଣ ହେବ ? ଏଭଳି ପ୍ରଶ୍ନ ଏବେ ସାଧାରଣରେ ଚର୍ଚ୍ଚା ହେଉଛି ।

ଗୋଳିଆ ପାଣି ତ ସଫା ହେଲା ନି କିନ୍ତୁ ଦେବାଳିଆ ହୋଇଗଲା ଦେଶ । ଦେଶରେ ସାମାଜିକ ସ୍ଥିତି, ଆର୍ଥନୈତିକ ସଙ୍କଟ, ବୈଦେଶିକ ନୀତି ଦେଶକୁ ତଳି ତଳାନ୍ତ କରିବା ସ୍ଥିତିରେ । ଏବେ ଆତଙ୍କବାଦୀ ଖୁଲମ ଖୁଲା ପାକିସ୍ତାନରେ ବୁଲୁଛନ୍ତି । ଆତଙ୍କବାଦୀଙ୍କ ପ୍ରୋତ୍ସାହନକୁ ନେଇ ୠଇଞୠ ର ଗ୍ରେ ତାଲିକାରୁ ଦେଶକୁ ମୁକୁଳାଇ ପାରିଲେ ନାହିଁ ଇମ୍ରାନ । ଚୀନ ଠାରୁ ନାକ ଯାଏ ଋଣ ନେଇ ପାକିସ୍ତାନ ଡୁବିଛି ।

ପାକିସ୍ତାନରେ ଦୈନଦିନ ସାମଗ୍ରୀର ମୂଲ୍ୟ ଏତେ ମହଙ୍ଗା ଯେ ହାତ ମାରିବା ବି ମୁସକିଲ । ନେତା ଦଳୀୟକର୍ମୀ ସହଯୋଗୀଁ ମାନେ ମଧ୍ୟ ଦାବି କରିଛନ୍ତି ଯେ ଇମ୍ରାନଙ୍କ ପନ୍ତ୍ରୀ ତାଙ୍କ ବନ୍ଧୁ ଦୁର୍ନୀତି ବୁଡିରହିଛନ୍ତି । ଇମ୍ରାନ ଖାନଙ୍କ ତୃତୀୟ ପତ୍ନୀ ବୁଶ୍ରା ବିବିଙ୍କ ଘନିଷ୍ଠ ବନ୍ଧୁ ଫରାହ ଖାନ ୯୦ ହଜାର ଡଲାର ନେଇ ପାକିସ୍ତାନରୁ ପଳାୟନ କରିଛନ୍ତି । ଏବେ ବିରୋଧୀ ଇମ୍ରାନଙ୍କୁ ଟାର୍ଗେଟ କରିଛନ୍ତି । ଆଜି ହେବ ଇମ୍ରାନଙ୍କ ଭାଗ୍ୟ ପରୀକ୍ଷା । ଆଜି ସନ୍ଧ୍ୟା ରେ ସୁପ୍ରିମକୋର୍ଟ କ’ଣ ନିଷ୍ପତି ନେବେ ତାହା ଉପରେ ରହିଛି ସମସ୍ତଙ୍କ ନଜର ।

Leave a Reply

Your email address will not be published. Required fields are marked *