ଆଜି ପବିତ୍ର ଶ୍ରୀରାମ ନବମୀ

(ଦ କୁଇଭର ବ୍ୟୁରୋ): ଆଜି ପବିତ୍ର ଶ୍ରୀରାମ ନବମୀ । ମର୍ଯ୍ୟାଦା ପୁରୁଷତ୍ତୋମ ଭଗବାନ ଶ୍ରୀରାମଙ୍କ ଜନ୍ମ । ରାମ ନବମୀ ପର୍ବ ପ୍ରତିବର୍ଷ ଚୈତ୍ର ଶୁକ୍ଲ ପକ୍ଷର ନବମୀ ତାରିଖରେ ପାଳନ କରାଯାଏ । ଦୀର୍ଘ ଦୁଇବର୍ଷ ଧରି କରୋନା ପାଇଁ ଭଗବାନଙ୍କ ଏ ଉତ୍ସବରୁ ଦୂରେଇ ରହିଥିବା ଭକ୍ତଙ୍କ ଅପେକ୍ଷାର ଅନ୍ତ ଘଟିଛି । ଭଗବାନ ଆଉ ଭକ୍ତଙ୍କ ମିଳନ ହେବ । ପ୍ରଭୁ ଶ୍ରୀରାମଙ୍କୁ ବାଲ୍ୟରୂପରେ ଦେଖିବାର ସୁଯୋଗ ପାଇ ଭକ୍ତ ପ୍ରଭୁ ପ୍ରେମରେ ନିଜକୁ ହଜାଇ ଦେବେ । ସବୁଠି ଶୁଭିବ ରାମ ନାମ । ତା’ ପୂର୍ବରୁ ରାଜଧାନୀରେ ଥିବା ସବୁ ଶ୍ରୀରାମ ମନ୍ଦିର ଓ ହନୁମାନ ମନ୍ଦିରରେ ପ୍ରସ୍ତୁତି ହୋଇଛି ।

ଆଲୋକମାଳାରେ ଝଲସୁଛି ମନ୍ଦିର । ସବୁଠି ହୋଇଛି ସ୍ୱତନ୍ତ୍ର ବ୍ୟବସ୍ଥା । ଏହି ଦିନ ଲୋକମାନେ ଉପବାସ କରନ୍ତି ଓ ପୂଜା କରନ୍ତି। ନବରାତ୍ରୀ ମଧ୍ୟ ଏହି ଦିନ ଶେଷ ହୁଏ। ନଅ ଦିନ ପର୍ଯ୍ୟନ୍ତ ରୀତିନୀତି ସହିତ ମାତା ଦୁର୍ଗାଙ୍କୁ ପୂଜା କରିବା ପରେ ଏହା ରାମ ନବମୀ ଦିନ କନ୍ୟା ପୂଜନ ସହିତ ସମାପ୍ତ ହୁଏ।

ରାମ ନବମୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ କରିଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଏବଂ ଆଉ ଲେଖିଛନ୍ତି ସମସ୍ତେ ପ୍ରଭୁ ଶ୍ରୀ ରାମଙ୍କ କୃପାରୁ ଜୀବନରେ ସୁଖ, ଶାନ୍ତି ଏବଂ ସମୃଦ୍ଧ ହୁଅନ୍ତୁ । ଜୟ ଶ୍ରୀ ରାମ!”

ରାମ ନବମୀ ଅବସରରେ ଦେଶକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦି। ଗୁଜୁରାଟ ଜୁନାଗଡର ଗାଥିଲା ଠାରେ ଉମିୟା ମାତା ମନ୍ଦିରର ୧୪ ତମ ପ୍ରତିଷ୍ଠା ଦିବସ ପାଳନକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ । ୨୦୦୮ ମସିହାରେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏହି ମନ୍ଦିରର ଉଦଘାଟନ କରିଥିଲେ ।

Leave a Reply

Your email address will not be published. Required fields are marked *