କେମିକାଲ ପ୍ଲାଣ୍ଟରେ ବ୍ଲାଷ୍ଟ, ଜଳିଗଲେ ୬ଶ୍ରମିକ

ଅହମଦାବାଦ (ଦ କୁଇଭର): ଗୁଜୁରାଟର ଭରୁଚ ଜିଲ୍ଲାର ଏକ ରାସାୟନିକ କାରଖାନାରେ ଘଟିଛି ଏକ ଭୟଙ୍କର ଅଗ୍ନିକାଣ୍ଡ । ଏହି ଅଗ୍ନିକାଣ୍ଡରେ ୫ ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ରବିବାର ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଛି । ଅହମ୍ମଦାବାଦ ଠାରୁ ପ୍ରାୟ ୨୩୫ କିଲୋମିଟର ଦୂରରେ ଥିବା ଦେହେଜ୍ ଇଣ୍ଡଷ୍ଟ୍ରିଆଲ୍ ଅଞ୍ଚଳରେ ଅବସ୍ଥିତ ୟୁନିଟରେ ସକାଳ ପ୍ରାୟ ୩ ଟାରେ ଏହି ଘଟଣା ଘଟିଛି ।

ପୋଲିସ ଅଧୀକ୍ଷକ ଲୀନା ପାଟିଲ କହିଛନ୍ତି ଯେ“କେମିକାଲ ଫ୍ୟାକ୍ଟ୍ରିରେ ଗତରାତିରେ ବ୍ଲାଷ୍ଟ ହେତୁ କାରଖାନାରେ ନିଆଁ ଲାଗିଯାଇଥିଲା। କାରଖାନା ନିକଟରେ କାର୍ୟ୍ୟ କରୁଥିବା ସମସ୍ତ ୬ଜଣଙ୍କର ମୃତ୍ୟୁ ଘଟିଛି। ପରେ ମୃତଦେହ ଉଦ୍ଧାର କରାଯାଇ ପୋଷ୍ଟମର୍ଟମ ପାଇଁ ପଠାଯାଇଥିଲା। ନିଆଁକୁ ଆୟତ୍ତ କରାଯାଇଛି। ଏହି ଦୁର୍ଘଟଣାରେ ଅନ୍ୟ କେହି ଆହତ ହୋଇନାହାଁନ୍ତି ବୋଲି ଅଧିକାରୀ କହିଛନ୍ତି। ଏହି ଘଟଣା ପରଠୁ ଜଣେ କର୍ମଚାରୀଙ୍କ ପତ୍ତା ମିଳୁନି । ପୋଲିସ ମାମଲା ରୁଜୁ କରି ସନ୍ଧାନ ଜାରି ରଖିଛି।

Leave a Reply

Your email address will not be published. Required fields are marked *