ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଶେହବାଜ୍ ସରିଫ

ନୂଆଦିଲ୍ଲୀ (ଦ କୁଇଭର): ପାକିସ୍ତାନରେ ଆଜିଠୁ ଆରମ୍ଭ ହେଲା ସରିଫ ଯୁଗ । ଇମ୍ରାନ ଗାଦିରୁ ହଟିବା ପରେ ଏବେ ପ୍ରଧାନମନ୍ତ୍ରୀ ଚୈକି ହାତେଇଛନ୍ତି ଶେହବାଜ୍ ସରିଫ । ପାକିସ୍ତାନ ସଂସଦ ଶେହବାଜ୍ ସରିଫଙ୍କୁ ନୂତନ ପ୍ରଧାନମନ୍ତ୍ରୀ ଭାବେ ମନୋନୀତ କରାଯାଇଛି । ତାଙ୍କ ସପକ୍ଷରେ ୧୭୪ ଭୋଟ୍ ଦିଆଯାଇଛି। ବାଚସ୍ପତି ଆୟାଜ ସାଦିକ ଏହା ଘୋଷଣା କରିଛନ୍ତି।

ସଂସଦରେ ମତଦାନ ଇମ୍ରାନ ଖାନଙ୍କ ପାର୍ଟି ପିଟିଆଇର ସାଂସଦମାନେ ବୈଠକ କରିଥିଲେ। ଭାରତୀୟ ସମୟ ରାତି ପ୍ରାୟ ୮.୩୦ ସମୟରେ ଶେହବାଜ୍ ସରିଫ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବେ। ଶେହବାଜ୍ ପାକିସ୍ତାନର ୨୩ତମ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ଶେହବାଜ୍ ସରିଫ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ସାନ ଭାଇ। ସଂସଦରେ ମତଦାନ ସମୟରେ ନୱାଜ ସରିଫଙ୍କ ଝିଅ ମରିୟମ ନୱାଜ ମଧ୍ୟ ଦର୍ଶକଙ୍କ ଗ୍ୟାଲେରୀରେ ଉପସ୍ଥିତ ଥିଲେ। ଶେହବାଜ୍ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବରେ କାର୍ୟ୍ୟ କରିଛନ୍ତି ।

ଗୋଟିଏ ପଟେ ଶହବାଜ ପ୍ରଧାନମନ୍ତ୍ରୀ ହେବା ଭାରତ ପାଇଁ ଆଦୌ ଶୁଭ ସଂକେତ ନୁହେଁ କିନ୍ତୁ ଚୀନ୍ ଏଥିପାଇଁ ଭାରି ଖୁସି । ଇମ୍ରାନ ସରକାରର ପତନ ସହ ଚୀନ୍ ନିଜର ସ୍ୱର ବଦଳାଇଛି । ଚୀନର ସରକାରୀ ଗଣମାଧ୍ୟମ ଗ୍ଲୋବାଲ ଟାଇମ୍ସ ଅନୁଯାୟୀ, ଇମ୍ରାନ ସରକାର ଅପେକ୍ଷା ଶହବାଜ ସରିଫଙ୍କ କାର୍ୟ୍ୟକାଳ ସମୟରେ ଚୀନ୍ ଓ ପାକିସ୍ତାନ ସମ୍ପର୍କ ଆହୁରି ସୁଦୃଢ ହେବ । ପାକିସ୍ତାନରେ ଦେଖାଦେଇଥିବା ରାଜନୈତିକ ପରିବର୍ତ୍ତନର ପ୍ରଭାବ ଉଭୟ ଦେଶର ସମ୍ପର୍କ ଉପରେ ପଡିବନି ବୋଲି ଚୀନ୍ କହିଛି ।

Leave a Reply

Your email address will not be published. Required fields are marked *