ଉତ୍ତରପ୍ରଦେଶ ସରକାରଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍

(ଦ କୁଇଭର ବ୍ୟୁରୋ): ସାଇବର ଅପରାଧୀଙ୍କ ଟାର୍ଗେଟରେ ପୁଣି ଯୋଗୀ ସରକାର । କିଛି ଦିନ ପୂର୍ବରୁ ଉତ୍ତରପ୍ରଦେଶର ସିଏମ୍ ଯୋଗୀ ଆଦିତ୍ୟନାଥଙ୍କ କାର୍ୟ୍ୟାଳୟର ଟ୍ୱିଟର ଆକାଉଣ୍ଟକୁ ହ୍ୟାକ୍ କରିବା ପରେ ସୋମବାର ସକାଳେ ହ୍ୟାକରମାନେ ରାଜ୍ୟ ସରକାରଙ୍କ ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲକୁ ହ୍ୟାକ୍ କରି କିଛି ଟ୍ୱିଟ୍ ମଧ୍ୟ କରିଛନ୍ତି।

ତେବେ ହ୍ୟାକ୍ ହେବାପରେ ଏହାକୁ ରିଷ୍ଟୋର କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏବଂ କିଛି ସମୟ ପରେ ଆକାଉଣ୍ଟକୁ ଉଦ୍ଧାର ମଧ୍ୟ କରାଯାଇଥିଲା। ତେବେ କେଉଁମାନେ ଏହାକୁ ହ୍ୟାକ୍ କରିଥିଲେ ତାହା ବର୍ତ୍ତମାନ ଜଣାପଡ଼ିନାହିଁ ।

Leave a Reply

Your email address will not be published. Required fields are marked *