ଜିଲ୍ଲାପାଳଙ୍କ ନାଁରେ ଆରେଷ୍ଟ ୱାରେଣ୍ଟ

(ଦ କୁଇଭର ବ୍ୟୁରୋ): ଜିଲ୍ଲାପାଳଙ୍କ ନାଁରେ ଜାରି ହେଲା ଆରେଷ୍ଟ ୱାରେଣ୍ଟ । କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେଙ୍କ ନାଁରେ ଆରେଷ୍ଟ ୱାରେଣ୍ଟ ଜାରି କଲେ ଜାତୀୟ ଜନଜାତି କମିଶନ । ପୂର୍ବରୁ ତାଙ୍କ ନାମରେ ଜନଜାତି ଉତ୍ପୀଡ଼ନର ବିଭିନ୍ନ ମାମଲାରେ ହାଜର ହେବାକୁ ନିର୍ଦ୍ଦେଶ ରହିଥିବାବେଳେ ଏହାକୁ ଖାତିର କରିନଥିଲେ ଜିଲ୍ଲାପାଳ ।

ବାରମ୍ବାର ସମନ ନୋଟିସ ସତ୍ତ୍ୱେ ହାଜର ହେଉନଥିବାରୁ ମଙ୍ଗଳବାର ତାଙ୍କ ନାଁରେ ଆରେଷ୍ଟ ୱାରେଣ୍ଟ ଜାରିକରାଯାଇଛି । ହାଜର କରାଇବା ନେଇ ଡିଜିପି ସୁନୀଲ ବଂଶଲଙ୍କୁ ନିର୍ଦ୍ଦେଶ ଦେଲେ ଜନଜାତି କମିଶନ । କେନ୍ଦୁଝରରେ କମିଶନ ବସିବା ବେଳେ ଉପସ୍ଥିତ ରହୁନଥିଲେ ଜିଲ୍ଲାପାଳ। ବୈଠକକୁ ତହସିଲଦାର କିମ୍ବା ଅଧସ୍ତନ କର୍ମଚାରୀଙ୍କୁ ପଠାଇଦେଉଥିଲେ।

ଅନୁସୂଚିତ ଜନଜାତିଙ୍କ ସ୍ଵାର୍ଥ ସମ୍ବଳିତ ଶୁଣାଣିରେ ବ୍ୟାଘାତ ସୃଷ୍ଟି ହେଉଥିଲା। କମିଶନଙ୍କ ନିକଟରେ ହାଜର ହେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଗତ ୨୧ ମାର୍ଚ୍ଚରେ ସମନ ଜାରି କରି ଏପ୍ରିଲ୍ ୪ରେ ହାଜର ପାଇଁ କହିଥିଲେ। ହାଜର ନ ହେବାରୁ ଜିଲ୍ଲାପାଳଙ୍କ ଉପରେ କ୍ଷୁବ୍ଧ ହୋଇଥିଲେ କମିଶନ।

Leave a Reply

Your email address will not be published. Required fields are marked *