କେନ୍ଦୁଝର ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ, ଜାଣନ୍ତୁ କାହିଁକି ?

କେନ୍ଦୁଝର, (ଦ କୁଇଭର): ବନ୍ଦ ହେଲା ଇଣ୍ଟରନେଟ୍ ସେବା । ଗୋଷ୍ଠିକନ୍ଦଳକୁ ନେଇ ଆଜି କେନ୍ଦୁଝରର ସମଗ୍ର ଜିଲ୍ଲାରେ ଇଣ୍ଟରନେଟ୍ ସେବାକୁ ବନ୍ଦ କରିଦିଆଯାଇଛି । ଏପିରିକି ଯୋଡା ସହରରେ ୧୪୪ ଧାରା ଜାରି କରାଯାଇଛି । ବିଭିନ୍ନ ସ୍ଥାନରେ ୮ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

ସୂଚନା ଅନୁସାରେ, କାଲି ଯୋଡ଼ା ମାର୍କେଟରେ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଯୋଡା ବଜାର ନିକଟରେ ଏକ ଗୋଷ୍ଠୀ ଧାର୍ମିକ ଶୋଭାଯାତ୍ରା କରୁଥିଲେ । ଏହି ସମୟରେ ଅନ୍ୟ ଏକ ଗୋଷ୍ଠୀ ବିରୋଧ କରିବାରୁ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା । ତାପରେ ଦୁଇ ଗୋଷ୍ଠୀ ପରସ୍ପରକୁ ଟେକା ପଥର ମାଡ କରିଥିଲେ । ଫଳରେ ଉତ୍ତେଜନା ବୃଦ୍ଧି ପାଇଥିଲା ।

ଏହି ଆକ୍ରମଣରେ ଉଭୟ ଗୋଷ୍ଠୀରୁ ଏକାଧିକ ବ୍ୟକ୍ତି ଆହତ ହୋଇଛନ୍ତି । ସେପଟେ କେନ୍ଦୁଝର ଏସ.ପି. ମିତ୍ରଭାନୁ ମହାପାତ୍ର, ଚମ୍ପୁଆ ଉପଜିଲ୍ଲାପାଳ ପ୍ରତାପ ପ୍ରୀତିମୟଙ୍କ ଉପସ୍ଥିତିରେ ଉଭୟ ଗୋଷ୍ଠୀର ୧୦ ଜଣ ଲେଖାଏଁ ବସି ଆଲୋଚନା କରିବା ପରେ ମଧ୍ୟ ଉତ୍ତେଜନା ଲାଗି ରହିଛି ।

ଆଗକୁ କୌଣସି ଅପ୍ରୀତିକର ଘଟଣାକୁ ଏଡ଼ାଇବା ପାଇଁ ଘଟଣାସ୍ଥଳରେ ପୋଲିସ ମୁତୟନ ରହିଛନ୍ତି । ଯୋଡ଼ାରେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ପରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା । ୨ ଗୋଷ୍ଠୀ ମୁହାଁମୁହିଁ ହେବା ପରେ ସ୍ଥିତି ନିୟନ୍ତ୍ରଣ କରିବାକୁ ପୋଲିସ ଲାଠି ଚାର୍ଜ କରିଥିଲା ।

Leave a Reply

Your email address will not be published. Required fields are marked *