Site icon ଦ କୁଇଭର୍ – ପରିବର୍ତ୍ତନର କମ୍ପନ!

FIFA U-17 ମହିଳା ଫୁଟବଲ୍ ବିଶ୍ଵକପ୍: ଭୁବନେଶ୍ବର, ଗୋଆ ଓ ନଭି ମୁମ୍ବାଇ ଭେନ୍ୟୁ

ମୁମ୍ବାଇ (ଦ କୁଇଭର): ଭାରତରେ ୧୭ ବର୍ଷରୁ କମ୍ ଫିଫା ମହିଳା ବିଶ୍ଵକପ୍-୨୦୨୨ ଆସନ୍ତା ଅକ୍ଟୋବର ୧୧ରୁ ୩୦ ପର୍ୟ୍ୟନ୍ତ ଖେଳାଯିବ। ମ୍ୟାଚ ୩ଟି ସ୍ଥାନ ଭୁବନେଶ୍ବର, ଗୋଆ ଓ ନବି ମୁମ୍ବଇରେ ଆୟୋଜିତ ହେବ। ଏ ନେଇ ଫିଫା ପକ୍ଷରୁ ବୁଧବାର ଘୋଷଣା କରାଯାଇଛି। ମ୍ୟାଚ ନେଇ ପୁନଃ କାର୍ୟ୍ୟସୂଚୀ ଜୁନ୍ ୨୪ରେ ଘୋଷିତ ହେବ ବୋଲି ଏଆଇଏଫଏଫ ପକ୍ଷରୁ ସୂଚନା ଦିଆଯାଇଛି। ଏହି ତିନିଟି ଭେନ୍ୟୁରେ ପ୍ରତିଯୋଗିତାର ସମସ୍ତ ମ୍ୟାଚ୍ ଖେଳାଯିବା ନେଇ ଫିଫା ନିଶ୍ଚିତ କରିଛି । ୨୦୨୦ ରେ ଏହି ଟୁର୍ନାମେଣ୍ଟ ଅନୁଷ୍ଠିତ ହେବାକୁ ଥିଲା, କିନ୍ତୁ କରୋନା ମହାମାରୀ ହେତୁ ଏହାକୁ ସ୍ଥଗିତ ରଖାଯାଇଥିଲା ।

ଖେଳାଳିଙ୍କ ସୁରକ୍ଷା ଦୃଷ୍ଟିକୁ ନଜରରେ ରଖି ସବୁ ପ୍ରକାର ତର୍ଜମା ପରେ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ, ଗୋଆର ପଣ୍ଡିତ ଜବାହରଲାଲ ନେହରୁ ଷ୍ଟାଡିୟମ ଏବଂ ନଭି ମୁମ୍ବାଇସ୍ଥିତ ଡି.ୱାଇ. ପାଟିଲ ଷ୍ଟାଡିୟମ ଙ୍କୁ ଭେନ୍ୟୁଭାବେ ଚୟନ କରାଯାଇଛି । ଆୟୋଜକ ଭାରତ ସହ ଅନ୍ୟ ୬ ଦେଶ ବ୍ରାଜିଲ, ଚିଲି, ଚୀନ୍, କଲମ୍ବିଆ, ଜାପାନ ଓ ନ୍ୟୁଜିଲାଣ୍ଡର ଅଂଶଗ୍ରହଣ ଏପର୍ୟ୍ୟନ୍ତ ସ୍ଥିର ହୋଇଛି। ଏହି ପ୍ରତିଯୋଗିତାରେ ୧୬ ଦଳ ଅଂଶଗ୍ରହଣ କରିବେ। ଜୁନ୍ ୨୪ ତାରିଖ ସୁଦ୍ଧା ଅନ୍ୟ ଦଳଗୁଡ଼ିକର ନାମ ଆସିବା ପ୍ରାୟତଃ ସମ୍ଭାବନା ରହିଛି।

LOC ଏବଂ AIFF ସଭାପତି ତଥା ଫିଫା ପରିଷଦର ସଦସ୍ୟ ପ୍ରଫୁଲ୍ଲ ପଟେଲ କହିଛନ୍ତି, “ଫିଫା ନିକଟରେ ଭାରତ ଗସ୍ତ ପରେ COVID-19 ସ୍ଥିତି ବିଷୟରେ ଅବଗତ ହେବା ପରେ ଟୁର୍ନାମେଣ୍ଟ ପାଇଁ ନୂତନ ନିଷ୍ପତ୍ତି ନିଆଯାଇଛି। ଗୋଆ, ଭୁବନେଶ୍ୱର ଏବଂ ନାଭି ମୁମ୍ବାଇ ଅନ୍ତର୍ଜାତୀୟ ଟୁର୍ନାମେଣ୍ଟ ପାଇଁ ସ୍ଥିର ହୋଇସାରିଛି । ଆମେ ଏହାର ଆୟୋଜନ ପାଇଁ ବହୁତ ଉତ୍ସାହିତ।

Exit mobile version