IPL ୨୦୨୨: ସନ ରାଇଜର୍ସ ହାଇଦ୍ରାବାଦର ହ୍ୟାଟ୍ରିକ ବିଜୟ

ମୁମ୍ବାଇ(ଦ କୁଇଭର): ଚଳିତ ଇଣ୍ଡିଆନ ପ୍ରିମିୟର ଲିଗର ୨୫ ତମ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସକୁ ୭ ଓ୍ୱିକେଟରେ ପରାସ୍ତ କରିଛି ସନ ରାଇଜର୍ସ ହାଇଦ୍ରାବାଦ । କୋଲକାତା ପକ୍ଷରୁ ଧାର୍ଯ୍ୟ ୧୭୬ ରନର ଟାର୍ଗେଟକୁ ପିଛା କରି ହାଇଦ୍ରାବାଦ ନିର୍ଦ୍ଧାରିତ ଓଭରର ୨ ଓଭର ପୂର୍ବରୁ ୭ ଓ୍ୱିକେଟରେ ନିଜ ନାମରେ କରିଥିଲା । ଏଥି ବିଜୟ ସହ ହାଇଦ୍ରାବାଦ ପାଞ୍ଚଟି ମ୍ୟାଚରୁ କ୍ରମାଗତ ତୃତୀୟ ମ୍ୟାଚରେ ବିଜୟ ହାସଲ କରିଛି। ସେହିପରି କୋଲକାତା ଷଷ୍ଠ ମ୍ୟାଚରୁ ତୃତୀୟ ପରାଜୟ ବରଣ କରିଛି ।


ଗତକାଲି ମୁମ୍ବାଇରେ ଖେଳାଯାଇଥିବା ଏହି ମ୍ୟାଚରେ ଟସ୍ ଜିତି ବୋଲିଂର ନିଷ୍ପତ୍ତି ନେଇଥିଲା ସନ ରାଇଜର୍ସ ହାଇଦ୍ରାବାଦ । ଟସ୍ ହାରି ବ୍ୟାଟିଂ କରୁଥିବା କୋଲକାତା ଆରମ୍ଭରୁ ଖରାପ ପ୍ରଦର୍ଶନ କରିଥିଲା । ମାତ୍ର ୩୧ ରନରେ ୩ ଓ୍ୱିକେଟ ହରାଇ ବ୍ୟାକଫୁଟରେ ରହିଥିଲା କୋଲକାତା । କିନ୍ତୁ ଦଳକୁ ଏହି ସଙ୍କଟରୁ ଉଦ୍ଧାର କରିଥିଲେ ନୀତିଶ ରାଣା ଓ ଆଣ୍ଡ୍ରେ ରସଲ । ଉଭୟଙ୍କ ଦମଦାର ଇନିଂସ ପାଇଁ କେକେଆର ନିର୍ଦ୍ଧାରିତ ୨୦ ଓଭରରେ ୧୭୫ ରନ ହୋଇଥିଲା । କେକେଆର ପକ୍ଷରୁ ନୀତିଶ ରାଣା ୫୪ ରନ କରିଥିବାବେଳେ ଆଣ୍ଡ୍ରେ ରସଲ ୪୯ ରନ କରିଥିଲେ ।


୧୭୬ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ସନ ରାଇଜର୍ସ ହାଇଦ୍ରାବାଦ ଆରମ୍ଭରୁ ଓ୍ୱିକେଟ ହରାଇ ବ୍ୟାକଫୁଟରେ ରହିଥିଲା । ଦୁଇ ଓପନର କେନ୍ ଓ୍ୱିଲିୟମସନ ଓ ଅଭିଶେକ ଶର୍ମା ଶୀଘ୍ର ଆଉଟ ହୋଇ ପ୍ୟାଭିଲିୟନ ଫେରିଥିଲେ । ଦୁଇ ଓପନର ଆଉଟ ହେବା ପରେ ପାଳି ସମ୍ଭାଳିଥିଲେ ରାହୁଲ ତ୍ରିପାଠୀ ଓ ଆଡେନ ମାରକ୍ରମ । ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କ ଧୁଆଁଧାର ଇନିଂସ ଫଳରେ ଏହି ମ୍ୟାଚକୁ ୭ ଓ୍ୱିକେଟରେ ନିଜ ନାମରେ କରିଥିଲା ସନ ରାଇଜର୍ସ ହାଇଦ୍ରାବାଦ ।
ତେବେ ଏହି ବିଜୟ ସହ ହାଇଦ୍ରାବାଦ ୫ ମ୍ୟାଚରୁ ୩ଟି ବିଜୟ ସହ ପଏଣ୍ଟ ଟେବୁଲରେ ସପ୍ତମ ସ୍ଥାନରେ ରହିଛି । ସେହିପରି ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ରହିଛି କୋଲକାତା ନାଇଟ ରାଇର୍ଡସ ।

Leave a Reply

Your email address will not be published. Required fields are marked *